ETV Bharat / bharat

ଦିଲ୍ଲୀ ଆଜାଦ ମଣ୍ଡିରେ ନୂଆ ନିୟମ; ସକାଳେ ପରିବା, ସନ୍ଧ୍ୟାରେ ବିକ୍ରି ହେବ ଫଳ - ଦିଲ୍ଲୀ ଆଜାଦ ମଣ୍ଡିରେ ନୂଆ ନିୟମ

ସାମାଜିକ ଦୂରତା ବଜାୟ ରଖିବାକୁ ନୂଆ ପ୍ଲାନ । ଏସିଆରେ ସବୁଠାରୁ ବଡ ମଣ୍ଡି ଆଜାଦ ମଣ୍ଡିରେ ସିଫ୍ଟରେ ବିକ୍ରି ହେବ ପନିପରିବା । ସକାଳେ ପରିବା ଓ ସନ୍ଧ୍ୟାରେ ମିଳିବ ଫଳମୂଳ । ଏହି ନିୟମ ସମୋବାର ଠାରୁ ଲାଗୁ ହେବ ବୋଲି ଜଣାପଡିଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ..

ଦିଲ୍ଲୀ ଆଜାଦ ମଣ୍ଡିରେ ନୂଆ ନିୟମ, ସକେଳେ ପରିବା ସନ୍ଧ୍ୟାରେ ବିକ୍ରି ହେବ ଫଳ

author img

By

Published : Apr 12, 2020, 4:37 PM IST

ନୂଆଦିଲ୍ଲୀ: ସକାଳେ ପରିବା ଓ ସନ୍ଧ୍ୟାରେ ବିକ୍ରି ହେବ ଫଳ । ଏସିଆ ମହାଦେଶର ସବୁଠାରୁ ବଡ ମଣ୍ଡି ନୂଆଦିଲ୍ଲୀର ଆଜାଦ ମଣ୍ଡିରେ ସକାଳେ ପନିପରିବା ଓ ସନ୍ଧ୍ୟାରେ ଫଳମୂଳ ବିକ୍ରି ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସୋମବାର ଠାରୁ ଲାଗୁ କରାଯିବ ବୋଲି ଜଣାପଡିଛି ।

କୋରୋନା ମୁକାବିଲା ନେଇ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସାଧାରଣତଃ ପରିବା କିଣୁଥିବା ବେଳେ ଲୋକଙ୍କ ଗହଳିକୁ ଆଖି ଆଘରେ ରଖି ସୋମବାର ଠାରୁ ପରିବା ଓ ଫଳ ମୂଳକୁ ଅଲଗା ଅଲଗା ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବାଇଜିଲାଲ ଶନିବାର ଆଜାତ ମଣ୍ଡି ଗସ୍ତ କରିଥିଲେ । ସେଠାରେ ସ୍ଥିତି ପରକ୍ଷିବା ପରେ ସେ ଦକ୍ଷିଣ ଦିଲ୍ଲୀର ଜିଲ୍ଲାପାଳ, ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରାଳୟରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେଠାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ସେଠାରେ ସୁରକ୍ଷା ଦୃଷ୍ଟିରୁ ପ୍ରତି ସିଫ୍ଟରେ 3 ଟି ପୋଲିସ ନିୟୋଜିତ କରାଯିବ । ଏହାସହ ଟୋକନ ବ୍ୟବସ୍ଥା ହେବ, ଯାହା ସାହଯ୍ୟରେ ଲୋକେ ପରିବା କିଣାବିକା କରିପାରିବେ ।

ପ୍ରବେଶ ପଥରେ ପୋଲିସଙ୍କୁ ନିୟୋଜିତ କରାଯିବ ଯେଉଁମାନେ ମଣ୍ଡିକୁ ଆସୁଥିବା ଲୋକଙ୍କ ଯାଞ୍ଚ କରବେ । ମାସ୍କ ଓ ସମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ । ଯେଉଁମାନେ ନିୟମ ଉଲ୍ଲଙଘ୍ନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ପନିପରିବା ସକାଳ 6ରୁ 11 ମଧ୍ୟରେ ବିକ୍ର କରାଯିବ । ଯେତେବେଳେ କି ଅପରାହ୍ନ 2 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଫଳମୂଳ ବିକ୍ରି କରାଯିବ ।

@ IANS, ଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.