ETV Bharat / bharat

ଓଠ ପାଇଁ ଆର୍ଶୀବାଦ: ସବୁଜ ପନିପରିବାରୁ ଲିପଷ୍ଟିକ୍ - CSIR-Himalaya Institute of Biosampled Technology

ମହିଳାମାନେ ଲିପଷ୍ଟିକ୍ ପ୍ରୟୋଗ କରିବେ ବିନା ଟେନସନ୍‌ରେ । କାରଣ ଏବେ ଲିପଷ୍ଟିକ ତିଆରି ହେବ ପନିପରିବାରେ । ଯାହାଦ୍ବାରା ମହିଳାମାନେ ବର୍ତ୍ତମାନ ରାସାୟନିକ ଲିପଷ୍ଟିକରୁ ମୁକ୍ତି ପାଇବେ | ଅଧିକ ପଢନ୍ତୁ....

ଓଠ ପାଇଁ ଆର୍ଶୀବାଦ: ସବୁଜ ପନିପରିବାରୁ ଲିପଷ୍ଟିକ୍

author img

By

Published : Mar 10, 2020, 5:47 PM IST

ପାଲାମପୁର: ମେକଅପ କରିବା ପାଇଁ ମହିଳାମାନେ ସବୁଠାରୁ ଅଧିକ ପସନ୍ଦ କରିଥାଆନ୍ତି । ତେବେ ଏହି ମେକଅପରେ ସବୁଠାରୁ ଅଧିକ ଗୁରୁତ୍ବବହନ କରିଥାଏ ଲିପଷ୍ଟିକ । ମାତ୍ର ଅନେକ ସମୟରେ କେମିକାଲରୁ ନିର୍ମିତ ଲିପଷ୍ଟିକ କାରଣରୁ ଏହାକୁ ଲଗାଇବା ପାଇଁ କୃଣ୍ଠାବୋଧ କରିଥାଆନ୍ତି ମହିଳା।

ଓଠ ପାଇଁ ଆର୍ଶୀବାଦ: ସବୁଜ ପନିପରିବାରୁ ଲିପଷ୍ଟିକ୍

ମାତ୍ର ମହିଳାମାନେ ବର୍ତ୍ତମାନ ଓଠରେ ଲିପଷ୍ଟିକ୍ ପ୍ରୟୋଗ କରିବେ ବିନା ଟେନସନ୍‌ରେ । କାରଣ ଏବେ ଲିପଷ୍ଟିକ ତିଆରି ହେବ ପନିପରିବାରେ । ଯାହାଦ୍ବାରା ମହିଳାମାନେ ବର୍ତ୍ତମାନ ରାସାୟନିକ ଲିପଷ୍ଟିକରୁ ମୁକ୍ତି ପାଇବେ |

CSIR-Himalaya Institute of Biosampled Technology (IHBT) ପାଲାମପୁର ବୌଜ୍ଞାନିକ ପ୍ରଯୁକ୍ତିବିଦ୍ୟା ଏହାକୁ ପ୍ରସ୍ତୁତ କରିଛି । ଏହି ଅନୁଷ୍ଠାନ ସବୁଜ ପନିପରିବାରୁ ଲିପଷ୍ଟିକ୍ ତିଆରି କରିଛି | ଏହା ତିନି କିମ୍ବା ଚାରି ରଙ୍ଗରେ ଉପଲବ୍ଧ ହେବ । ଏହି ଲିପିଷ୍ଟିକ୍ କୋବି, ବିଟ୍ ରୁଟ୍, କଳା ଗାଜର ଇତ୍ୟାଦିରୁ ପ୍ରସ୍ତୁତ | ଏହାର ରଙ୍ଗ ଗୋଲାପୀ, ମରୁନ, ନାଲି ରହିବ ।

IHBT ଶୀଘ୍ର ଏହି ଟେକ୍ନୋଲୋଜିକୁ ବଜାରକୁ ଆଣିବାକୁ ଚାହୁଁଛି ଯାହାଦ୍ବାରା ଏହି ଲିପଷ୍ଟିକ୍ ଆଧୁନିକ ପ୍ରସାଧନ ସାମଗ୍ରୀ ଦୁନିଆରେ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇପାରିବ । ରାସାୟନିକ ମୁକ୍ତ ଏହି ଲିପଷ୍ଟିକର କୌଣସି ପାର୍ଶ୍ବ ପ୍ରତିକ୍ରିୟା ରହିବ ନାହିଁ। ଏହା ସହିତ ଏହା ସମ୍ପୂର୍ଣ୍ଣ ପ୍ରକୃତିକ ହେବ । ଏହାଦ୍ବାରା ଓଠ ଖରାପ ହେବାର କୌଣସି ବିପଦ ରହିବ ନାହିଁ |

ତେବେ ଅନେକ ସମୟରେ ପ୍ରସାଧନ ସାମଗ୍ରୀ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ ଥିବାବେଳେ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.