ETV Bharat / bharat

କନିକାଙ୍କ ପାର୍ଟିରେ ଥିଲେ, ଏବେ ଆଇସୋଲେସନରେ ବସୁନ୍ଧରା ଓ ପୁଅ

author img

By

Published : Mar 20, 2020, 6:37 PM IST

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଏବଂ ତାଙ୍କ ସାଂସଦ ପୁଅ ଦୁଷ୍ୟନ୍ତ ସିଂ ନିଜକୁ ଆଇସୋଲେସନରେ ରଖିଛନ୍ତି । ଦୁହେଁ ଗାୟିକାଙ୍କ ଦ୍ବାରା ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କପୁରଙ୍କ କୋରୋନା ପଜେଟିଭ ରିପୋର୍ଟ ଆସିଛି । ଏହି ଖବର ଆସିବା ମାତ୍ରେ ବିଜେପି ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଏବଂ ତାଙ୍କ ସାଂସଦ ପୁଅ ଦୁଷ୍ୟନ୍ତ ସିଂ ନିଜକୁ ଆଇସୋଲେସନରେ ରଖିଛନ୍ତି । ଦୁହେଁ ଗାୟିକାଙ୍କ ଦ୍ବାରା ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିଲେ । ସଂକ୍ରମଣ ଆଶଙ୍କାରେ ଏବେ ଆଇସୋଲେସନରେ ରହିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର @VasundharaBJP
ଫଟୋ ସୌଜନ୍ୟ: ଟ୍ବିଟର @VasundharaBJP

ବସୁନ୍ଧରା ଓ ତାଙ୍କ ପୁଅ ଦୁଷ୍ୟନ୍ତ କୋରୋନା ଭାଇରସ୍ ସଂକ୍ରମିତ ଗାୟିକ କାନିକା କପୁରଙ୍କ ସହ ଏକ ପାର୍ଟିରେ ଯୋଗ ଦେଇଥିଲେ । ଲକ୍ଷ୍ନୌରେ ଏହି ପାର୍ଟି ଅନୁଷ୍ଠିତ ହୋଇଥିଲା |

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲକ୍ଷ୍ନୌରେ ସେ, ତାଙ୍କ ପୁଅ ଓ ପୁଅର ଶ୍ବଶୁର ଘର ଲୋକଙ୍କ ସହ କନିକା କାପୁରଙ୍କ ସହ ଏକ ରାତ୍ରିଭୋଜନରେ ଯୋଗ ଦେଇଥିଲେ । ଏବେ ପୁଅ ଏବଂ ମୁଁ ତୁରନ୍ତ ନିଜକୁ ଅଲଗା କରି ରଖିବା ସହ ସମସ୍ତ ସତର୍କତା ଅବଲମ୍ବନ କରୁଥିବା ସେ ଟ୍ବିଟରେ ଲେଖିଛନ୍ତି ।

ଏବେ ଜାଣିବାକୁ ମିଳିଛି ଯେ ଉଭୟଙ୍କ କୋରୋନା ପରୀକ୍ଷା ନଗେଟିଭ ରହିଛି । ଏହା ସତ୍ତ୍ବ ଦୁହେଁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଗାୟିକ କନିକା କପୁରଙ୍କ କୋରୋନାରେ ପୀଡ଼ିତ ଥିବା ଖବର ଶୁକ୍ରବାର ସାମ୍ନାକୁ ଆସିଛି । କାନିକା 15 ମାର୍ଚ୍ଚରେ ଲଣ୍ଡନରୁ ଫେରିଥିବା ଜଣାଯାଇଛି । ଫେରିବା ପରେ କନିକା ରବିବାର ଏକ ବଡ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ବିଭିନ୍ନ କ୍ଷେତ୍ରର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ରହିଥିଲେ | ଏହାକୁ ଦୃଷ୍ଟିରେ ରଖି ଏବେ ଭୟ ବଢିବା ସହ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

@IANS ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.