ETV Bharat / bharat

ମସ୍କୋରୁ 143 ଭାରତୀୟଙ୍କୁ ନେଇ ବାହାରିଲା ଏୟାର ଇଣ୍ଡିଆ ବିମାନ - ମସ୍କୋ

ବୁଧବାର ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ମସ୍କୋରୁ 143 ଭାରତୀୟ ନାଗରିକଙ୍କୁ ଧରି ବିହାରର ଗୟା ଅଭିମୁଖେ ବାହାରିଛି । ଏନେଇ ମସ୍କୋରେ ଥିବା ଭାରତୀୟ ଦୂତାବାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

vande bharat mission
ମସ୍କୋରୁ 143 ଭାରତୀୟଙ୍କୁ ନେଇ ବାହାରିଲା ଏୟାର ଇଣ୍ଡିଆ ବିମାନ
author img

By

Published : Jun 3, 2020, 4:04 PM IST

ନୂଆଦିଲ୍ଲୀ: ମସ୍କୋରୁ 143 ଭାରତୀୟଙ୍କୁ ନେଇ ବାହାରିଲା ଏୟାର ଇଣ୍ଡିଆ ବିମାନ । ବୁଧବାର ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ମସ୍କୋରୁ 143 ଭାରତୀୟ ନାଗରିକଙ୍କୁ ଧରି ବିହାରର ଗୟା ଅଭିମୁଖେ ବାହାରିଛି । ଏନେଇ ମସ୍କୋରେ ଥିବା ଭାରତୀୟ ଦୂତାବାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

କୋରୋନାକୁ ନେଇ ଲକଡାଉନ ମଧ୍ୟରେ ବହୁ ଭାରତୀୟ ବିଦେଶରେ ଫସି ରହିଥିଲେ । ତେବେ ସେମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦେ ଭାରତ ମିଶନ ବିଦେଶରୁ 57 ହଜାର ଭାରତୀୟଙ୍କୁ ସ୍ବଦେଶ ଫେରାଇଆଣିଛି ।

ଏହି ମିଶନ ମେ 7ରୁ ଆରମ୍ଭ ହୋଇଥିବା ବେଳେ ମିଶନର ଦ୍ବିତୀୟ ପର୍ଯ୍ୟାୟ ମେ 16ରେ ଆରମ୍ଭ ହୋଇଥିଲା । ନିକଟରେ ବୈଦେଶିକ ମନ୍ତ୍ରଣାଳୟ ଏହି ମିଶନ ଅବଧିକୁ ଜୁନ 13 ଯାଏଁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ସୋମବାର ଟ୍ବିଟ୍ କରି କହିଛନ୍ତି, ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆ ଲିମିଟେଡ୍ ମିଶନ ତୃତୀୟ ପର୍ଯ୍ୟାୟରେ ଜୁନ୍ 11-30 ମଧ୍ୟରେ ଆମେରିକା ଏବଂ କାନାଡାରୁ 70ରୁ ଅଧିକ ବିମାନ ଚଳାଚଳ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.