ନୂଆଦିଲ୍ଲୀ: ଆଜି ‘ଭାଲେଣ୍ଟାଇନ ଡେ’ । ଆଜିର ଦିନରେ ପ୍ରେମୀଯୁଗଳ ପରସ୍ପରକୁ କିଛି ନା କିଛି ଉପହାର ଦେଇଥାନ୍ତି । ମାତ୍ର ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ଶାହୀନବାଗ୍ର ଯୁବବର୍ଗ ନିଜ ‘ଲଭ ଡେ’ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ କରିଛନ୍ତି।
ନିକଟରେ ଏକ ପୋଷ୍ଟର ଦେଖିବାକୁ ମିଳିଛି। ଯେଉଁଥିରେ ଲେଖାଅଛି, ‘ମୋଦି ତୁମ କବ ଆୟୋଗେ’ । ବିରୋଧ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଟେଡି ବିୟର ଉପହାର ସ୍ବରୂପ ରଖିଛନ୍ତି । ସେ ଶାହୀନବାଗ୍ ଆସିଲେ ଦିଆଯିବ ବୋଲି ପ୍ରଦର୍ଶନକାରୀ କହିଛନ୍ତି ।