ETV Bharat / bharat

ଉତ୍ତରାଖଣ୍ଡରେ ମାସ୍କ ନ ପିନ୍ଧିବାରୁ 10,664 ଜଣଙ୍କ ନାଁରେ ମାମଲା ରୁଜ୍ଜୁ - ମାସ୍କ ନ ପିନ୍ଧିବାରୁ ମାମଲା ରୁଜ୍ଜୁ

ଉତ୍ତରାଖଣ୍ଡ ପୋଲିସ ମାସ୍କ ପିନ୍ଧି ନ ଥିବାରୁ 10,664 ଜଣଙ୍କ ନାଁରେ ଚାଲାଣ କଟିବା ସହ ମାମଲା ରୁଜ୍ଜୁ କରିଛି । ଏହା ଛଡ଼ା ଅବକାରୀ ଅଧିନିୟମ ଅନୁଯାୟୀ 1314 ଜଣ ଲୋକଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ମାସ୍କ ନ ପିନ୍ଧିବାରୁ 10,664 ଜଣଙ୍କ ନାରେ ମାମଲା ରୁଜ୍ଜୁ

author img

By

Published : Jun 18, 2020, 5:38 PM IST

ଡେରାଡୁନ: ଦେଶରେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏନେଇ ଉତ୍ତରାଖଣ୍ଡ ପୋଲିସ ମାସ୍କ ପିନ୍ଧି ନ ଥିବାରୁ 10,664 ଜଣଙ୍କ ନାଁରେ ଚାଲାଣ କଟିବା ସହ ମାମଲା ରୁଜ୍ଜୁ କରିଛି । ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବାରୁ 1,954 ଜଣ, କ୍ବାରେଣ୍ଟାଇନ ନିୟମକୁ ଭାଙ୍ଗି ଥିବାରୁ 594 ଜଣ, କୋରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବା କାରଣରୁ 211 ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିବା ଉତ୍ତରାଖଣ୍ଡର ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି।

ଏହା ଛଡ଼ା ଅବକାରୀ ଅଧିନିୟମ ଅନୁଯାୟୀ 1314 ଜଣ ଲୋକଙ୍କୁ ଗିରଫ କରାଯାଇଛି । ତେବେ COVID-19 ବିରୋଧ ଲଢେଇରେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଏପର୍ଯ୍ୟନ୍ତ ରାଜ୍ୟରେ 589 ଜଣ ପୋଲିସ୍ କ୍ବାରେଣ଼୍ଟାଇନ ହୋଇଥିଲେ, ଏବଂ ସେଥିମଧ୍ୟରୁ 472 ଜଣ କ୍ବାରେଣ଼୍ଟାଇନ ଅବଧି ସମାପ୍ତ କରିବା ପରେ ସେମାନଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ସହ 7 ଜଣ ପୋଲିସ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଆଜି ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ 1,942 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 25 ଜଣଙ୍କ ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.