ETV Bharat / bharat

ଖୁବଶୀଘ୍ର ଯୋଗୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ; ଯୁବକଙ୍କୁ ମିଳିବ ସୁଯୋଗ

author img

By

Published : Aug 21, 2020, 4:25 PM IST

ଆସନ୍ତା ମାସ ଶେଷ ସୁଦ୍ଧା ଯୋଗୀଙ୍କ ମନ୍ତ୍ରୀମଣ୍ଡଳ ହେବ ବିସ୍ତାର । ବିରୋଧୀଙ୍କ ଅଭିଯୋଗ ଖାଲିଥିବା ବିଭାଗ ଓ ନିର୍ବାଚନକୁ ଦୃଷ୍ଟିରେ ରଖି ହେବ ପରିବର୍ତ୍ତନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

yogi adityanath
yogi adityanath

ଲକ୍ଷ୍ନୌ: ବର୍ତ୍ତମାନର ଉତ୍ତର ପ୍ରଦେଶ ସରକାର ସାଢେ 3 ବର୍ଷ ପୂରଣ କରିଲାଣି । ଆଉ ଦେଢ ବର୍ଷ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନକୁ ପାଖାପାଖି 2 ବର୍ଷ ଥିଲେ ମଧ୍ୟ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି ରାଜନୈତିକ ଦଳ । ବିଶେଷ କରି ରାଜ୍ୟରେ ଏବେ ବ୍ରାହ୍ମଣ ସମାଜକୁ ନେଇ ବଡ ମୁଦ୍ଦା ହେବାକୁ ଯାଉଛି । ଯାହାକୁ ନେଇ ବିରୋଧୀ ଏବେ ଯୋଗୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀ ମନ୍ତ୍ରୀମଣ୍ଡଳ ବିସ୍ତାର କରିବା ସୁ-ନିଶ୍ଚିତ । ମନ୍ତ୍ରୀମଣ୍ଡଳ ବିସ୍ତାର କରି ସମସ୍ତ ସମ୍ପପ୍ରଦାୟ ମଧ୍ୟରେ ସନ୍ତୁଳନ ରଖିବା ପାଇଁ କସରତ ଆରମ୍ଭ ହୋଇଛି ।

ବିଜେପି ସୂତ୍ର ଅନୁସାରେ ଅକ୍ଟୋବର ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ବିସ୍ତାର କରିବାକୁ ଚାହୁଁଛନ୍ତି । ଏହାସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବିସ୍ତାର ଓ ଅଦଳବଦଳକୁ ଦେଖି ୟୁପି ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇପାରେ । ଏହାବାଦ ଯୋଗୀଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀ କମଳା ରାଣୀ ଓ ଚେତନ ଚୌହ୍ବାନଙ୍କ କରୋନାରେ ନିଧନ ପରେ ଉଭୟଙ୍କ ବିଭାଗ ଖାଲି ପଡିଛି । ସେହିପରି ପୂର୍ବରୁ ମଧ୍ୟ 4 ଟି ବିଭାଗରେ ମନ୍ତ୍ରୀ ନାହାଁନ୍ତି ।

ସୂଚନାଯୋଗ୍ୟଯେ ଉତ୍ତର ପ୍ରଦେଶରେ ବିଧାୟକଙ୍କ ସଂଖ୍ୟା 403 ଥିବା ବେଳେ ସେହି ହିସାବରେ ମନ୍ତ୍ରୀମଣ୍ଡଳରେ 60 ଜଣ ରହିପାରିବେ । ଯୋଗୀ ସରକାର ଗତବର୍ଷ 21 ଅଗଷ୍ଟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଥିଲେ । 23 ମନ୍ତ୍ରୀ ଶପଥ ନେଇଥିଲେ ଯେଉଁଥିରେ 18 ଜଣ ସଦସ୍ୟ ନୂଆ ଥିଲେ । ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ 56 ଜଣ ଥିବାବେଳେ 4 ଟି ଖାଲି ରହିଥିଲା । ପୁଣି 2 ମନ୍ତ୍ରୀଙ୍କ ନିଧନ ହେବାପରେ ଏହା 54 କୁ ଖସିଆସିଛି । ଅର୍ଥାତ ବର୍ତ୍ତମାନ 6 ଟି ବିଭାଗ ମନ୍ତ୍ରୀ ଶୁନ୍ୟ ରହିଛି ।

ଏବେ ୟୁପି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଥିବା ବେଳେ ଯୋଗୀଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ମଧ୍ୟ ଯୋରଦାର ଅଙ୍କକଷା ଆରମ୍ଭ ହୋଇଛି । ଯଦି ଏହା ହୁଏ ନିର୍ବାଚନ ପୂର୍ବରୁ ଯୋଗୀଙ୍କ ଏହା ଶେଷ କ୍ୟାବିନେଟ ସମ୍ପ୍ରସାରଣ ହେବ । ଦଳୀୟ ଆକଳନ ଅନୁସାରେ ଯୋଗୀ କିଛି ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ଦେଇପାରନ୍ତି । ଏହାସହ କିଛି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ । ସେହିପରି ବୟସାଧିକ କାରଣରୁ କିଛି ମନ୍ତ୍ରୀଙ୍କୁ ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ଯୁବ ବିଧାୟକଙ୍କୁ ସୁଯୋଗ ମିଳିବ । ଉଭୟ ଯୁବ ଓ ଦକ୍ଷତା ଅନୁସାରେ ମନ୍ତ୍ରୀମଣ୍ଡଳରେ ମିଳିବ ସ୍ଥାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.