ETV Bharat / bharat

ହାଥରସ ଘଟଣା: ଆଜି ରିପୋର୍ଟ ଦେବନି ଏସଆଇଟି

author img

By

Published : Oct 7, 2020, 10:06 AM IST

ହାଥରସ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହାର ସଠିକ ତଦନ୍ତ ଓ ନ୍ୟାୟ ଦାବିରେ ଜୋର ଧରିଛି ସ୍ବର । ସେପଟେ ଆଜି ଏହି ଘଟଣାର ଯାଞ୍ଚ କରୁଥିବା ଏସଆଇଟି ଟିମ ଆଜି ତଥ୍ୟ ଦେବ ନାହିଁ । ଅଧିକ ପଢନ୍ତୁ...

ହାଥରସ ଘଟଣା: ଆଜି ରିପୋର୍ଟ ଦେବନି ଏସଆଇଟି
ହାଥରସ ଘଟଣା: ଆଜି ରିପୋର୍ଟ ଦେବନି ଏସଆଇଟି

ଲକ୍ଷ୍ନୌ: ହାଥରସ ପୀଡିତାଙ୍କୁ ନ୍ୟାୟ ଦେବାକୁ ଦେଶବ୍ୟାପୀ ସ୍ବର ଉତ୍ତୋଳନ କରାଯାଉଛି । ସେପଟେ ଏହି ଘଟଣାର ଯାଞ୍ଚ କରୁଥିବା ଏସଆଇଟି ଟିମ ଆଜି ତଥ୍ୟ ଦେବ ନାହିଁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ତଥ୍ୟ ଦେବା ପାଇଁ ଏସଆଇଟି ଟିମକୁ ଆହୁରି 10 ଦିନର ସମୟ ଦେଇଛି । ପୂର୍ବରୁ ଏହି ଘଟଣାକୁ ନେଇ 7 ଦିନର ସମୟ ଦିଆଯାଇଥିଲା ।

ଗୃହ ସଚିବ ଭଗବାନ ସ୍ବରୂପଙ୍କ ନେତୃତ୍ବରେ ତିନି ଜଣ ସଦସ୍ୟଙ୍କୁ ନେଇ ଏସଆଇଟି ଟିମ ଗଠନ କରାଯାଇଛି । ଏହି ଟିମ ସେପ୍ଟେମ୍ବର 1 ତାରିଖରୁ ହାଥରସ ଘଟଣାର ତଦନ୍ତ କରୁଛି । ଏହି ଟିମ ପୀଡିତାଙ୍କ ପରିବାରଲୋକଙ୍କ ସହ କଥାବାର୍ତ୍ତା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଛି । ଏଥିସହିତ ପ୍ରତ୍ୟକ୍ଷଦର୍ଶୀଙ୍କ ଆଲୋଚନା କରି ଘଟଣାର ପୁନରାବୃତ୍ତି କରାଯାଇଛି । ଏପରିକି ଟିମ ପୀଡିତାଙ୍କ ଅନ୍ତେଷ୍ଟିକ୍ରିୟା କରାଯାଇଥିବା ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ ।

ସେପଟେ, ଏସଆଇଟିର ଯାଞ୍ଚରେ ଜଣାପଡିଛି ଯେ, ଘଟଣାର ମୁଖ୍ୟଅଭିଯୁକ୍ତ ପୀଡିତାଙ୍କ ଭାଇକୁ ବାରମ୍ବାର ଫୋନ କଲ କରିଥିଲେ । 2019 ଅକ୍ଟୋବରରୁ ମାର୍ଚ୍ଚ 2020 ପର୍ଯ୍ୟନ୍ତ 104 ଥର କଲ କରିଥିବା ଟିମ କହିଛି । ଯେଉଁଥିରେ 62 କଲ ଆରୋପୀ ସନ୍ଦିପ ର ଫୋନରୁ ଆସିଥିବାବେଳେ ପୀଡିତାଙ୍କ ଭାଇ ପକ୍ଷରୁ 42ଟି କଲ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.