ETV Bharat / bharat

ଉତ୍ତରପ୍ରଦେଶରେ ପ୍ରବାସୀ ଶ୍ରମିକ ବସ ଦୁର୍ଘଟଣାଗ୍ରସ୍ତ , 12ରୁ ଉର୍ଦ୍ଧ୍ବ ଆହତ

author img

By

Published : May 18, 2020, 9:08 AM IST

ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା ଜାରି ରହିଛି। ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ହମିରପୁରରେ ଓଲଟି ପଡିଛି।

uttar pradesh hamirpur bus accident
ଉତ୍ତରପ୍ରଦେଶରେ ପ୍ରବାସୀ ଶ୍ରମିକ ବସ ଦୁର୍ଘଟଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା ଜାରି ରହିଛି। ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ହମିରପୁରରେ ଓଲଟି ପଡିଛି। ଏହି ବସରେ ମହିଳା, ଶିଶୁଙ୍କ ସମେତ 31 ଜଣ ଯାତ୍ରୀ ଥିଲେ। ସାଦର କୋଟୱାଲୀ ଅଞ୍ଚଳର ସିଟି ଜଙ୍ଗଲ ନିକଟରେ ବସ୍ ଓଲଟି ପଡିବାରୁ 12ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୋଲିସ ସମସ୍ତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି।

ଏହି ବସ ନୋଏଡା ଠାରୁ ମହୋବାକୁ ଯାଉଥିଲା। ଡ୍ରାଇଭରଙ୍କ ଶୋଇବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଏହାପୂର୍ବରୁ ଶ୍ରମିକମାନଙ୍କ ଭରପୂର ଏକ ବସ୍ କୁସିନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ 12 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

କୁଶୀନଗରର ଏନଏଚ-28 ରେ ବିହାରକୁ ଯାଉଥିବା ଏକ ବସ ପିଆଜ ଟ୍ରକୁ ଧକ୍କା ଦେଇଥିଲା । ଏହି ଘଟଣାରେ ବସ୍ କ୍ୟାବିନରେ ଓ ଆଗରେ ବସିଥିବା 12 ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ବସ ନୋଏଡା ଠାରୁ ବିହାରର ଭାଗଲପୁର ଯାଉଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.