ETV Bharat / bharat

ଜାନୁଆରୀ 31 ପର୍ଯ୍ୟନ୍ତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ, କେଉଁଠି ପଢନ୍ତୁ.. - ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ

ଜାନୁଆରୀ 31 ପର୍ଯ୍ୟନ୍ତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କ ଛୁଟି ବାତିଲ କଲେ ଉତ୍ତରପ୍ରଦେଶ ସରକାର । ଡିସେମ୍ବର 2020 ଏବଂ ଜାନୁୟାରୀ 2021 ମାସରେ ପ୍ରସ୍ତାବିତ କୋଭିଡ-19 ଟୀକାକରଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ...

ଜାନୁଆରୀ 31 ପର୍ଯ୍ୟନ୍ତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ, କେଉଁଠି ପଢନ୍ତୁ..

author img

By

Published : Dec 16, 2020, 6:58 PM IST

ଲକ୍ଷ୍ନୌ: ଜାନୁଆରୀ 31 ପର୍ଯ୍ୟନ୍ତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କ ଛୁଟି ବାତିଲ କଲେ ଉତ୍ତରପ୍ରଦେଶ ସରକାର । ଡିସେମ୍ବର 2020 ଏବଂ ଜାନୁୟାରୀ 2021 ମାସରେ ପ୍ରସ୍ତାବିତ କୋଭିଡ-19 ଟୀକାକରଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରିଛନ୍ତି ।

ତେବେ ଏହି ନିର୍ଦ୍ଦେଶ ଅନୁଯାୟୀ ମେଡିକାଲ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ଆସନ୍ତା ବର୍ଷ ଜାନୁୟାରୀ 31 ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏଥିରେ ଡାକ୍ତର, ନର୍ସ, ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ଦୈନିକ ମଜୁରୀ କର୍ମଚାରୀ ଅନ୍ତର୍ଭୁକ୍ତ । ମେଡିକାଲ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମହାନିର୍ଦ୍ଦେଶକ ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି ।

ଏଥି ସହିତ ଛୁଟିରେ ଥିବା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଡିସେମ୍ବର 16ରୁ ନିଜ କାର୍ଯ୍ୟାଳୟରେ ସେମାନଙ୍କ କର୍ତ୍ତବ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ, ଫ୍ରଣ୍ଟଲାଇନ କର୍ମଚାରୀ- ଡାକ୍ତର, ପାରାମେଡିକ୍, ହସ୍ପିଟାଲର କର୍ମଚାରୀଙ୍କୁ ଘରୋଇ ବ୍ୟକ୍ତିଙ୍କ ସମେତ ଟିକା ଦିଆଯିବ । ଗୋରଖପୁରରେ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ପାଇଁ ଆମେ ପ୍ରାୟ 23,000 ଲୋକଙ୍କୁ ଚିହ୍ନଟ କରିଛୁ ବୋଲି ଗୋରଖପୁର ଜିଲ୍ଲା ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଶ୍ରୀକାନ୍ତ ତିୱାରୀ କହିଛନ୍ତି ।

ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଫାଇଜର ଇଣ୍ଡିଆ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଏବଂ ଭାରତ ବାୟୋଟେକ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରେ ନିଜ ନିଜ କୋଭଡ ଟୀକାର ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିଛନ୍ତି ।

ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଜନବହୁଳ ରାଜ୍ୟ ହୋଇଥିଲେ ମଧ୍ୟ କୋରୋନାଭାଇରସ୍ ପରିଚାଳନା କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରିଛି । ଦୁଇମାସ ପୂର୍ବରୁ ରାଜ୍ୟରେ 68,000 ସକ୍ରିୟ ମାମଲା ରହିଥିଲା । ​​ଏବଂ ବର୍ତ୍ତମାନ ଏହା 18,000 ରୁ କମ୍ ରହିଛି । ସେପଟେ ରାଜ୍ୟରେ ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରହିଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.