ETV Bharat / bharat

ସିଏଏ ବିରୋଧି ଭାଷଣ ଦେଇଥିବା କଫିଲ ଖାନଙ୍କ ବିରୋଧରେ ଲାଗିଲା ଏନଏସଏ - dr kafeel khan

ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଡ.କଫିଲ ଖାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ୍‌(ଏନଏସଏ) ଲାଗୁ କରିଛନ୍ତି ଯୋଗୀ ସରକାର । ଅଧିକ ପଢନ୍ତୁ...

dr-kafeel-khan
କଫିଲ ଖାନ
author img

By

Published : Feb 14, 2020, 12:37 PM IST

ଲକ୍ଷ୍ନୌ: ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଡ.କଫିଲ ଖାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯୋଗୀ ସରକାର । ଉତ୍ତର ପ୍ରଦେଶ ପୋଲିସ ଏବଂ ପ୍ରଶାସନ ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ୍‌(ଏନଏସଏ) ଲାଗୁ କରିଛନ୍ତି ।ଶୁକ୍ରବାର ସେ ଜାମିନରେ ମୁକୁଳିବାର ଥିଲା । ହେଲେ ଏହା ପୂର୍ବରୁ ଯୋଗୀ ସରକାର ତାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛନ୍ତି ।

କୌଣସି ବ୍ୟକ୍ତି ଆଇନ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବାରେ ବାଧା ଦେଲେ କିମ୍ବା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଉପୁଜିଲେ ତାଙ୍କୁ ଏନଏସଏ ବଳରେ ଗିରଫ କରାଯାଇ ପାରିବ। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ୩ ମାସ ପର୍ଯ୍ୟନ୍ତ ଜେଲରେ ରଖାଯିବ। ପରେ ଆବଶ୍ୟକ ଅନୁସାରେ ତିନି-ତିନି ମାସ ଲେଖାଏଁ ଗିରଫ ଅବଧି ବୃଦ୍ଧି କରାଯାଇ ପାରିବ। ଏହି ଆଇନ ଅନୁସାରେ ସର୍ବାଧିକ ୧୨ ମାସ ତାଙ୍କୁ ଜେଲରେ ରଖାଯାଇ ପାରିବ।

ଡ.କଫିଲଙ୍କ ଉପରେ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ୨୦୧୯ ଡିସେମ୍ବର ୧୨ ତାରିଖରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଉତ୍ତେଜନାମୂଳକ ବୟାନ ଦେବା ଅଭିଯୋଗ ରହିଛି । ଉତ୍ତର ପ୍ରଦେଶ ସ୍ପେଶାଲ ଟାକ୍ସ ଫୋର୍ସ କଫିଲ ଖାନଙ୍କୁ ଜାନୁଆରୀରେ ମୁମ୍ବାଇରୁ ଗିରଫ କରିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.