ETV Bharat / bharat

କାଲିଠୁ ଆରମ୍ଭ କାଉଡିଆ ଯାତ୍ରା, 3 କୋଟି ଶ୍ରଦ୍ଧାଳୁ ହେବେ ସାମିଲ

ଆସନ୍ତା କାଲିଠୁ କାଉଡିଆ ଯାତ୍ରା ଆରମ୍ଭ । ହରିଦ୍ବାରରୁ ଗଙ୍ଗା ଜଳ ନେଇ ମହାଦେବଙ୍କୁ ଅର୍ପଣ କରିବେ କାଉଡିଆ । ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ।

ଡିଜାଇନ ଫଟୋ
author img

By

Published : Jul 16, 2019, 10:24 AM IST

ଲକ୍ଷ୍ନୌ: ରାତି ପାହିଲେ ଶ୍ରାବଣ ଆରମ୍ଭ । ଶ୍ରାବଣ ମାସ ଆରମ୍ଭରୁ ହିଁ ବୋଲ ବମ ଓ ହରହର ମହାଦେବ ମନ୍ତ୍ରରେ ପ୍ରକମ୍ପିତ ହେବ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ହରିୟାଣାର ରାସ୍ତା । ଚଳିତ ଥର ହରିଦ୍ବାରରେ ପବିତ୍ର ଗଙ୍ଗାର ଜଳ ନେବା ପାଇଁ 3 କୋଟିରୁ ଊର୍ଦ୍ଧ୍ବ କାଉଡିଆ ପହଞ୍ଚିବା ନେଇ ଅନୁମାନ କରାଯାଉଛି ।

ଶ୍ରାବଣ ମାସ ଶିବ ଭକ୍ତଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ଅଟେ । ଏହି ମାସରେ ଶିବ ଭକ୍ତ କାଉଡିଆ ଯାତ୍ରାରେ ବାହାରନ୍ତି । ଲକ୍ଷାଧିକ ସଂଖ୍ୟାର ଭକ୍ତ ହରିଦ୍ବାର ଓ ଗଙ୍ଗୋତ୍ରୀ ସମେତ ଅନେକ ଧାମ ଯାତ୍ରା କରିଥାନ୍ତି । ଜୁଲାଇ 17ରୁ କାଉଡିଆମାନେ ହରିଦ୍ବାରରୁ ଗଙ୍ଗା ଜଳ ନେଇ ନିଜ ନିଜ କ୍ଷେତ୍ରରେ ଥିବା ଭଗବାନ ଶିବଙ୍କୁ ଅର୍ପଣ କରିବେ ।

କାଉଡିଆ ଯାତ୍ରାରେ ବହୁ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାଉଡିଆଙ୍କ ସୁରକ୍ଷା ପାଇଁ ଉତ୍ତରପ୍ରଦେଶ ପୋଲିସଙ୍କ ସମେତ କେନ୍ଦ୍ରୀୟ ସୁରକ୍ଷାବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

କାଉଡିଆ ଯିବାକୁ ଥିବା ରାସ୍ତାର ପରିଷ୍କାର ପରିଚ୍ଛନ୍ନତା ସହିତ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟରରୁ ଫୁଲ ବର୍ଷା କରିବା ପାଇଁ ଯୋଗୀ ସରକାର ଆଦେଶ ଦେଇଛନ୍ତି । ଡିଜେ ଉପରେ ପ୍ରତିବନ୍ଧକ ଲଗାଯାଇ ନଥିବାବେଳେ କେବଳ ଭଜନ ବାଜିବା ନେଇ ଅନୁମତି ମିଳିଛି ।

Intro:Body:

bbb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.