ETV Bharat / bharat

ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେପି ବିଧାୟକଙ୍କୁ ମାଡ, ଭିଡିଓ ଭାଇରାଲ - ବିଜେପି ବିଧାୟକଙ୍କୁ ମାଡ, ଭିଡିଓ ଭାଇରାଲ

ବାରଣାସୀରେ ଭାରତୀୟ ଜନତା ପାର୍ଟିର ତିନି ଥରର ବିଧାୟକ ରହିଥିବା ମାୟାଶଙ୍କର ପାଠକଙ୍କ ଉପରେ ଦୁର୍ବ୍ୟବହାର ଅଭିଯୋଗ କରି ଚୌବେପୁର କ୍ଷେତ୍ରର ଭଗତୁଆ ସ୍ଥିତ ତାଙ୍କ କଲେଜରେ କିଛି ଲୋକ ପିଟିଛନ୍ତି । ରବିବାର ଦିନ ଫେସବୁକରେ ପୂର୍ବତନ ବିଧାୟକଙ୍କୁ ପିଟାଯାଉଥିବାର ଭିଡିଓ ଭାରାଲ ହେଲା ପରେ ରାଜନୀତି ସରଗରମ ହୋଇଛି । ଅଧିକ ପଢନ୍ତୁ...

BJP former MLA beaten for molestation video went viral
ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେପି ବିଧାୟକଙ୍କୁ ମାଡ, ଭିଡିଓ ଭାଇରାଲ
author img

By

Published : Jan 10, 2021, 5:05 PM IST

Updated : Jan 10, 2021, 7:51 PM IST

ଲକ୍ଷ୍ନୌ: ବାରଣାସୀରେ ଭାରତୀୟ ଜନତା ପାର୍ଟିର ତିନି ଥରର ବିଧାୟକ ରହିଥିବା ମାୟାଶଙ୍କର ପାଠକଙ୍କ ଉପରେ ଦୁର୍ବ୍ୟବହାର ଅଭିଯୋଗ । ରବିବାର ଦିନ ଫେସବୁକରେ ପୂର୍ବତନ ବିଧାୟକଙ୍କୁ ପିଟାଯାଉଥିବାର ଭିଡିଓ ଭାଇରାଲ ହେଲା ପରେ ରାଜନୀତି ସରଗରମ ହୋଇଛି ।

ଉକ୍ତ ଭିଡିଓକୁ ଉତ୍ତରପ୍ରଦେଶର ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁର ଟ୍ବିଟ କରି ବାରଣାସୀ ପୋଲିସଙ୍କୁ ବିଧାୟକଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାର ଯାଞ୍ଚ ଚୌବେପୁର ଥାନା ପୋଲିସଙ୍କୁ ଦିଆଯାଇଛି ।

ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଜେପି ବିଧାୟକଙ୍କୁ ମାଡ, ଭିଡିଓ ଭାଇରାଲ

ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ବିଧାୟକଙ୍କ ଉପରେ ତାଙ୍କ କଲେଜର ଛାତ୍ରୀଙ୍କ ଉପରେ ଦୁର୍ବ୍ୟବହାର କରିଥିବାର ଅଭିଯୋଗରେ କିଛି ଲୋକ ଗାଳିଗୁଲଜ କରି ତାଙ୍କୁ ଚାପୁଡା ମାରୁଛନ୍ତି । ଏହି ଭିଡିଓରେ ପୂର୍ବତନ ବିଧାୟକ ନିଜର ଭୁଲ ମଧ୍ୟ ସ୍ବୀକାର କରୁଛନ୍ତି ।

ଅନ୍ୟପଟେ ଏହି ମାମଲାରେ କ୍ଷେତ୍ରାଧିକାରୀ ପିଂଡରା ଅଭିଷେକ କୁମାର ପାଣ୍ଡେୟ କହିଛନ୍ତି ଯେ, ସୋସିଆଲ ମିଡିରେ ଭାଇରାଲ ହେଉଥିବା ଭିଡିଓ ବିଷୟରେ ଜଣା ପଡିଛି । ଭିଡିଓର ଯାଞ୍ଚ ହେଉଛି । କିନ୍ତୁ, ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ବିଧାୟକ କିମ୍ବା ଦୁର୍ବ୍ୟବହାର ଶୀକାର ହୋଇଥିବା ଝିଅ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ଯାଞ୍ଚ ରିପୋର୍ଟ ଆସିଲା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାଣ୍ଡେୟ କହିଛନ୍ତି ।

Last Updated : Jan 10, 2021, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.