ETV Bharat / bharat

ନୋଏଡା ପୋଲିସରେ ପ୍ରଥମ କୋରୋନା ପଜିଟିଭ୍, ଚିନ୍ତାରେ ପ୍ରଶାସନ

କୋଭିଡ୍-19 ପଜିଟିଭ୍ ପୋଲିସ ସବ ଇନସପେକ୍ଟରଙ୍କୁ ନେଇ ଚିନ୍ତାରେ ନୋଏଡା ପୋଲିସ୍। ଏ ପର୍ଯ୍ୟନ୍ତ ଏଠାରେ କୌଣସି ପଜିଟିଭ୍ କେସ୍ ବାହାରି ନଥିବା ବେଳେ ସୁରକ୍ଷା ତଥା ମହାମାରୀ ମୁକାଵିଲା କାର୍ଯ୍ୟ ସୁରୁଖୁରୁରେ କରାଯାଉ ଥିଲା।

author img

By

Published : May 6, 2020, 3:33 PM IST

covid-19
ନୋଏଡା ପୋଲିସରେ ପ୍ରଥମ କୋରୋନା ପଜିଟିଭ୍, ଚିନ୍ତାରେ ପ୍ରଶାସନ

ନୋଏଡା: ନୋଏଡା ପୋଲିସରେ କୋଭିଡ୍ ମହାମାରୀର ପାଦ। କୋଭିଡ୍-19 ପଜିଟିଭ୍ ପୋଲିସ ସବ ଇନସପେକ୍ଟରଙ୍କୁ ନେଇ ଚିନ୍ତାରେ ନୋଏଡା ପୋଲିସ୍। ଏ ପର୍ଯ୍ୟନ୍ତ ଏଠାରେ କୌଣସି ପଜିଟିଭ୍ କେସ୍ ବାହାରି ନଥିବା ବେଳେ ସୁରକ୍ଷା ତଥା ମହାମାରୀ ମୁକାଵିଲା କାର୍ଯ୍ୟ ସୁରୁଖୁରୁରେ କରାଯାଉ ଥିଲା। ହେଲେ ବିଭାଗରେ ପଜିଟିଭ୍ କେସ୍ ପ୍ରଥମ କରି ଵାହାରି ଥିବାରୁ ପୋଲିସ୍ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ବିଭାଗୀୟ ଅଧିକାରୀ ଅନୁମାନ କରୁଛନ୍ତି।

ତେଵେ ଗୌତମ ବୁଦ୍ଧ ନଗର ଜିଲ୍ଲା ଅନ୍ତର୍ଗତ ଡାଏଲ୍-112ରେ କୋରୋନା ପଜିଟିଭ୍ ବାହାରି ଥିବା ସବ୍-ଇନସପେକ୍ଟର କାର୍ଯ୍ୟଋତ ଥିଲେ। ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଵାରୁ ତାଙ୍କୁ ଗାଜିଆଵାଦ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାବ୍ ଏଵଂ ରକ୍ତ ନମୂନା ପରୀକ୍ଷଣ ପରେ ପଜିଟିଭ୍ ଜଣାପଡିଥିଲା।

ମିଳିଥିଵା ସୂଚନା ଅନୁଯାୟୀ, ନୋଏଡା ପୋଲିସ୍ ଘଟଣାର ଟ୍ରେସିଂ ଆରମ୍ଭ କରିଛି। ପରିବାର ସଦସ୍ୟ, ସହକର୍ମୀ ଙ୍କୁ କ୍ବାରେନଣ୍ଟାଇନକୁ ପଠାଇ, ଏଵେ ସବ୍-ଇନସପେକ୍ଟରଙ୍କ ସଂଶ୍ପର୍ଷରେ ଆସିଥିବା ଵ୍ୟକ୍ତିଙ୍କ ଠିକଣା ଯାଞ୍ଚ କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.