ETV Bharat / bharat

ହାଥରସ ପୀଡିତାଙ୍କ ପରିବାର ସହ କଥା ହେଲେ ଯୋଗୀ, 25 ଲକ୍ଷର ଅନୁକମ୍ପା ରାଶି ଘୋଷଣା

author img

By

Published : Sep 30, 2020, 7:25 PM IST

ହାଥରସ ପୀଡିତାଙ୍କ ପରିବାର ସହ ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 25 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା । ଅଧିକ ପଢନ୍ତୁ...

ହାଥରସ ପୀଡିତାଙ୍କ ପରିବାର ସହ କଥା ହେଲେ ଯୋଗୀ, 25 ଲକ୍ଷର ଅନୁକମ୍ପା ରାଶି ଘୋଷଣା
ହାଥରସ ପୀଡିତାଙ୍କ ପରିବାର ସହ କଥା ହେଲେ ଯୋଗୀ, 25 ଲକ୍ଷର ଅନୁକମ୍ପା ରାଶି ଘୋଷଣା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ମାହୋଲ । ମଙ୍ଗଳବାର ବିଳମ୍ବିତ ରାତିରେ ପୀଡିତାଙ୍କର କରାଯାଇଥିଲା ଅନ୍ତିମ ସଂସ୍କାର । ଏବେ ଏହି ମାମଲାରେ ଏସଆଇଟି ଟିମ ଗଠନ ହୋଇଛି । ଏହା ମଧ୍ୟରେ ପୀଡିତାଙ୍କ ପରିବାର ସହ ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ହାଥରସ ପୀଡିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହାସହ ଗୋଟିଏ ଘର ଓ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀର ପ୍ରତିଶୃତି ମଧ୍ୟ ଦିଆଯାଇଛି ।

ଅନ୍ୟପକ୍ଷେ ଘଟଣାକୁ ଗମ୍ଭୀରତାର ସହ ନେଇ ଉତ୍ତରପ୍ରଦେଶର ମୁଖ୍ୟଶାସନ ସଚିବ ଓ ଡିଜିପିଙ୍କୁ ନୋଟିସ ଜାରି କରିଛନ୍ତି ରାଷ୍ଟ୍ରୀୟ ମାନବାଧିକାର କମିଶନ । ଘଟଣାରେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ କମିଶନ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.