ନୂଆଦିଲ୍ଲୀ : ଏବେ ଆହୁରି ସହଜ ହେବେ ଟ୍ୱିଟ । ଲୋକପ୍ରିୟ ସାଇଟ୍ ଟ୍ୱିଟରର କରାଯିବ ରି ଡିଜାଇନ । ଏଣିକି ୟୁଜର୍ସ ନିଜ ଭାଷାରେ କରିପାରିବେ ଟ୍ବିଟ । ଆସନ୍ତା କିଛି ସପ୍ତାହ ଭିତରେ ଏହି ଗ୍ଲୋବାଲ ଚେଞ୍ଜ ପରେ ୟୁଜର୍ସ 7 ଭାରତୀୟ ଭାଷାରେ ଟ୍ୱିଟ କରି ପାରିବେ ।
ପାଞ୍ଚ ବର୍ଷ ମଧ୍ୟରେ ଟ୍ୱିଟରର ଏହା ପ୍ରଥମ ପରିବର୍ତ୍ତନ । ଏଭଳି ହେବା ଦ୍ବାରା ୟୁଜର୍ସଙ୍କର ଅଭିଜ୍ଞତା ବଢାଇବା ସହ ପ୍ଲାଟଫର୍ମରେ ଅଧିକ ନୂଆ ୟୁଜର୍ସ ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।