ETV Bharat / bharat

20 କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ଦିଲ୍ଲୀ ପୋଲିସ, 2 ଗିରଫ

ଦୁଇଜଣ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ । ସେମାନେ ରାଜସ୍ଥାନରୁ ଡ୍ରଗ୍ସ ଆଣି ଦିଲ୍ଲୀ ଏନସିଆରରେ ଅଞ୍ଚଳରେ କାରବାର ଚଳାଉଥିଲେ । ସେମାନଙ୍କଠାରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 10, 2020, 8:36 PM IST

20 କୋଟି ଟଙ୍କାର ଡ୍ରୋଗ୍ସ ଜବତ କଲା ଦିଲ୍ଲୀ ପୋଲିସ, 2 ଗିରଫ

ନୂଆଦିଲ୍ଲୀ: 20 କୋଟି ଟଙ୍କାର ଡ୍ରଗ୍ସ ଜବତ କଲା ଦିଲ୍ଲୀ ପୋଲିସ, 2 ଗିରଫ । ଦୁଇଜଣ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ । ସେମାନେ ରାଜସ୍ଥାନରୁ ଡ୍ରଗ୍ସ ଆଣି ଦିଲ୍ଲୀ ଏନସିଆର ଅଞ୍ଚଳରେ କାରବାର ଚାଳାଉଥିଲେ । ଅଭିଯୁକ୍ତମାନେ ପରମଜିତ ସିଂ ଏବଂ ଅଶ୍ବିନୀ ବୋଲି ଜଣାପଡିଛି । ସେମାନଙ୍କଠାରୁ 20 କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ସେଲର ଦଳ ସେମାନଙ୍କ ନେଟୱାର୍କ ସହିତ ଜଡିତ ଲୋକଙ୍କ ଅଧିକ ତଦନ୍ତ ଜାରି ରଖିଛି ।

ଡିସିପି ସଞ୍ଜୀବ ଯାଦବଙ୍କ ଅନୁଯାୟୀ ସ୍ବତନ୍ତ୍ର ସେଲ୍ ଟିମ୍ କ୍ରମାଗତ ଭାବରେ ବିଭିନ୍ନ ଗ୍ୟାଙ୍ଗରେ ଡ୍ରଗ୍ସ ଚୋରା କାରବାର କରୁଥିବା ନେଇ ସୂଚନା ପାଇଥିଲା । ଏହି ସମୟ ମଧ୍ୟରେ ସେ ଜାଣିବାକୁ ପାଇଲେ ଯେ କିଛି ଚୋରା ଚାଲାଣକାରୀ ରାଜସ୍ଥାନର ଆଲାୱାରରୁ ଡ୍ରଗ୍ସ ଆଣି ଦିଲ୍ଲୀରେ ବିକ୍ରି କରୁଛନ୍ତି। ଏହି ସୂଚନା ଉପରେ ପୋଲିସ ଟିମ୍ ଯାଞ୍ଚ ଆରମ୍ଭ କରିଥିଲେ। ସେମାନଙ୍କଠାରୁ 5 କିଲୋଗ୍ରାମ ହିରୋଇନ୍ ଉଦ୍ଧାର କରାଯାଇଛି, ଯାହାର ବଜାର ମୂଲ୍ୟ ପ୍ରାୟ 20 କୋଟି ହେବ । ଏମାନେ ଦୁଇଜଣ ଇନ୍ଦ୍ରପୁରୀ ପୋଲିସ୍ ଷ୍ଟେସନର ପଳାତକ ଘୋଷିତ ହୋଇଛନ୍ତି । ତାଙ୍କ ବିରୋଧରେ 30ରୁ ଅଧିକ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.