ETV Bharat / bharat

ଟ୍ରମ୍ପଙ୍କ ଭାରତ ଯାତ୍ରା ସଫଳ ହୋଇଛି: ଆମେରିକା - donald-trump

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଯାତ୍ରା ସଫଳ ହୋଇଥିବା ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

us-president-donald-trump
ଡୋନାଲ୍ଡ ଟ୍ରମ୍ପ
author img

By

Published : Feb 28, 2020, 2:29 PM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଯାତ୍ରା ସଫଳ ହୋଇଥିବା ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବାଣିଜ୍ୟିକ, ସାମରିକ ଏବଂ ଅନ୍ୟ କେତେକ କ୍ଷେତ୍ରରେ ସହଯୋଗ ଦୃଷ୍ଟିକୋଣରୁ ଏହି ଯାତ୍ରା ସଫଳ ହୋଇଛି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି ।

ଏନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି କୁହଯାଇଛି, 'ଟ୍ରମ୍ପଙ୍କ ଭାରତ ଯାତ୍ରା ଉଭୟ ଦେଶର ଭାଗିଦାରୀ ଲକ୍ଷ୍ୟକୁ ବୃଦ୍ଧି କରିଛି । ଶକ୍ତି, ପ୍ରତିରକ୍ଷା, ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଏବଂ ଭାରତ-ପ୍ରଶାନ୍ତ ସମନ୍ବୟ ଭଳି ପ୍ରମୁଖ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ପଥ ପରିଷ୍କାର କରିଛି। ଆମେରିକା-ଭାରତ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେଉଛି | କଂଗ୍ରେସର ପ୍ରତିନିଧି ଏବଂ ସଂସଦୀୟ ଦଳ ଏପ୍ରିଲରେ ପ୍ରଥମ ଥର ପାଇଁ ଏକ ବିନିମୟ ପରିଦର୍ଶନ କରିବେ | ଏବେ ଆମେ ଅଧିକ ଭାରତୀୟ ଛାତ୍ରଙ୍କୁ ଆମେରିକାରେ ସ୍ବାଗତ କରିବାକୁ ଚାହୁଁଛୁ । '

ସୂଚନାଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସ 24 ଏବଂ 25 ତାରିଖରେ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ଉଭୟ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ବୁଝାମଣା ହୋଇଛି । ଏହା ବ୍ୟତୀତ ଆମେରିକା-ଭାରତ ମଧ୍ୟରେ 3 ଆରବ ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.