ETV Bharat / bharat

ଭାରତରେ କୋରୋନା ମୁକାବିଲା ସଫଳ, ରହିବାକୁ ଆମେରିକୀୟ ନାଗରିକଙ୍କ ଇଚ୍ଛା ପ୍ରକାଶ - ଆମେରିକୀୟ ନାଗରିକଙ୍କ ଭାରତରେ ରହିବାକୁ ଇଚ୍ଛାପ୍ରକାଶ

ଲକଡାଉନ କାରଣରୁ ଭାରତରେ ରହିଯାଇଛନ୍ତି 74 ବର୍ଷିୟ ଥିଏଟର ନିର୍ଦ୍ଦେଶକ ଓ ଲେଖକ ଟେରୀ ଜନ କନଭର୍ସେ । ବର୍ତ୍ତମାନ ସେ ଆମେରିକାର ଫେରିବାକୁ ଚାହୁଁନାହାନ୍ତି । ଅଧିକ ପଢନ୍ତୁ...

ଭାରତରେ କୋରୋନା ମୁକାବିଲା ସଫଳ, ରହିବାକୁ ଆମେରିକୀୟ ନାଗରିକଙ୍କ ଇଚ୍ଛାପ୍ରକାଶ

author img

By

Published : May 1, 2020, 6:49 AM IST

କୋଚି: କୋରୋନା ଭୂତାଣୁ ସମଗ୍ର ବିଶ୍ବରେ ନିଜର କାୟା ବିସ୍ତାର କରିଛି । ଆମେରିକା, ଋଷ, ଚୀନ ଭଳି ଶକ୍ତିଶାଳୀ ରାଷ୍ଟ୍ର ଏହା ସାମନାରେ ମୁଣ୍ଡ ପୋତି ଦେଇଛନ୍ତି । ହେଲେ ଭାରତ ଏହାର ଦୃଢ ମୁକାବିଲା କରିଛି । ସେଥିପାଇଁ ଏଠାରେ ଅନ୍ୟ ଦେଶ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ।

ଆଉ ଏହାକୁ ଦେଖି ଭାରତ ଛାଡିବାକୁ ଇଚ୍ଛା ପ୍ରକାଶ କରିନାହାଁନ୍ତି ଜଣେ ଆମେରିକୀୟ ନାଗରିକ । 74 ବର୍ଷିୟ ଥିଏଟର ନିର୍ଦ୍ଦେଶକ ଓ ଲେଖକ ଟେରୀ ଜନ କନଭର୍ସେ କୋଚିରେ ରହିଥିବାବେଳେ ଲକଡାଉନ ଯୋଗୁଁ ଆମେରିକା ଫେରିପାରିନଥିଲେ । ଏବେ ସେ ଫେରିବାକୁ ମଧ୍ୟ ଚାହୁଁନାହାନ୍ତି । ନିଜ ଦେଶର ପରିସ୍ଥିତି ଅପେକ୍ଷା ଭାରତରେ ଭଲ ସ୍ଥିତି ଥିବାରୁ ସେ ଏଠାରେ ଆହୁରି 6 ମାସ ରହିବାକୁ ଇଚ୍ଛା କରିଛନ୍ତି । ଲକଡାଉନ ସରିବା ପର୍ଯ୍ୟନ୍ତ 180 ଦିନ ନିଜର ଭିସା ଅବଧି ବୃଦ୍ଧି କରିବାକୁ ସେ ଆବେଦନ କରିଛନ୍ତି । ଏନେଇ ସେ କେରଳ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ।

କୋଚିର ପାନମପିଲ୍ଲୀ ନଗରରେ ରହୁଥିବା ଜନ କହିଛନ୍ତି ଯେ ଆମେରିକାରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଭାରତରେ ଅପେକ୍ଷାକୃତ ଭଲ ରହିଛି । ତେଣୁ ସେ ଭାରତ ଛାଡିବାକୁ ରାଜିନଥିବା କହିଛନ୍ତି । ଆମେରିକା ଷ୍ଟେଟ ୟୁନିଭର୍ସିଟିରେ ଥିଏଟର ପ୍ରଫେସର ଭାବେ କାମ କରୁଥିବା ଜନ ଏବେ କେରଳର ଫୋନିକ୍ସ ବିଶ୍ବ ଥିଏଟର ଗ୍ରୁପ ନିର୍ଦ୍ଦେଶକ ଚାରୁ ନାରାୟଣକୁମାରଙ୍କ ପରିବାର ସହ ରହୁଛନ୍ତି । ଗତବର୍ଷ ସେପ୍ଟେମ୍ବରରେ ସେ ଭାରତ ଆସିଥିବାବେଳେ ମାର୍ଚ୍ଚରେ ତାଙ୍କ ଭିସା ଅବଧି ଶେଷ ହୋଇଛି ।

ତେବେ ବର୍ତ୍ତମାନ ସ୍ଥିତିରେ ତାଙ୍କ ଭିସା ଅଟୋମେଟିକ 30 ଦିନ ବୃଦ୍ଧି ପାଇଛି । ଏହାସହ କେରଳ ହାଇକୋର୍ଟ କହିଛନ୍ତି ଯେ ଯଦି ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ନହୁଏ ତେବେ ଭିସା ଅବଧି ଆପେ ଆପେ ବଢିଯିବ । ସେଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ । ତେବେ ମେ 17ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.