ETV Bharat / bharat

ଭାରତର 'ଆତ୍ମରକ୍ଷା' ଅଧିକାରକୁ ଆମେରିକାର ସମର୍ଥନ - Pulwama attack

ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ପରେ ଭାରତକୁ ସହଯୋଗର ହାତ ବଢ଼ାଇଲା ଆମେରିକା । ଆତଙ୍କବାଦ ବିରୋଧୀ ଲଢ଼େଇରେ ସାଥ ଦେବା ନେଇ ପ୍ରତିଶୃତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 16, 2019, 10:57 AM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାରେ ବିଶ୍ବବ୍ୟାପୀ ଭାରତ ପାଇଁ ସମବେଦନାର ସୁଅ ଛୁଟୁଛି । ଆତଙ୍କବାଦ ବିରୋଧରେ ଲଢ଼ିବାକୁ ବହୁ ବିଶ୍ବଶକ୍ତି ଭାତରର ସାଥ ଦେବାକୁ ଆଗେଇ ଆସିଛନ୍ତି । ଇତିମଧ୍ୟରେ ଋଷ, ଇସ୍ରାଏଲ ଭଳି ରାଷ୍ଟ୍ର ନିଜ ନିଜର ପୂର୍ଣ୍ଣ ସମର୍ଥନ ଜଣାଇସାରିଥିବା ବେଳେ ଆମେରିକା ମଧ୍ୟ ସହଯୋଗର ହାତ ବଢ଼ାଇଛି ।

  • National Security Advisor Ajit Doval had a telephonic conversation with his US counterpart John Bolton on the evening of 15 Feb. The call was initiated by the US side to express condolences & outrage over #PulwamaAttack attack by Pakistan-based terrorist group JeM. (file pic) pic.twitter.com/MlB6TU0ULb

    — ANI (@ANI) February 16, 2019 " class="align-text-top noRightClick twitterSection" data=" ">
undefined

ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜନ ବଟଲନ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ସେ ଆତ୍ମରକ୍ଷା ଲାଗି ଭାରତର ଅଧିକାରକୁ ସମର୍ଥନ ଜଣାଇଛନ୍ତି । ଏଥିସହ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମେରିକା ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି । ୱାସିଂଟନ ଠାରେ ଖବର ସରବରାହ ସଂସ୍ଥା ପିଟିଆଇକୁ ସ୍ବତନ୍ତ୍ର ବିବୃତି ଦେବା ଅବସରରେ ସେ ପୁଲୱାମା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ହ୍ବାଇଟ ହାଉସ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି । ଆମେରିକା ସେକ୍ରେଟାରୀ ଅଫ୍ ଷ୍ଟେଟ ମାଇକ ପୋମ୍ପିଓ ସିଧାସଳଖ ଇସଲାମାବାଦକୁ କଡ଼ା ଚେତାବନୀ ଦେଇଛନ୍ତି । 'ଆତଙ୍କବାଦୀ ସଂଗଠନଙ୍କୁ ସହଯୋଗ କରିବା ପାକିସ୍ତାନ ବନ୍ଦ କରୁ ଏବଂ ସେମାନଙ୍କୁ ସୁରକ୍ଷିତ ଭୂସ୍ବର୍ଗ ପ୍ରଦାନ କରିବା କାର୍ଯ୍ୟରୁ ବିରତ ରହୁ ।' ଏଭଳି ଭାବେ ନିଜର ପକ୍ଷ ରଖିଛି ଆମେରିକା ।

ରଙ୍ଗ ର ଖେଳ ହୋଲି କୁ ନେଇ ରିଲିଜ ହେଲା ଓଡ଼ିଆ ଆଲବମ ଫଗୁଣ  

ଆଗକୁ ଆସୁଛି ରଙ୍ଗ ର ଖେଳ ଫଗୁଣ ଋତୁ  ଆଉ ଏହି ମାସ ରେ ଓଡ଼ିଆ ଦର୍ଶକ ମାନଙ୍କୁ ନିଜର ସ୍ୱତନ୍ତ୍ର ଭେଟି ଦେଇଛି ବି ଟିୟୁନ ପ୍ରେ ।
ଗତ କାଲି ରାତି ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ରେ  ଏହି ବ୍ୟାନର ତଳେ ନିର୍ମିତ ଗୀତ ଫଗୁଣ ଗତ କାଲି ରାତି ରିଲିଜ ହୋଇଛି। ଆଉ ଏହି ଗୀତ କୁ କଣ୍ଠ ଦେଇଛନ୍ତି  ହୁମାନ ସାଗର, ଓ ଅନ୍ତରା ଚକ୍ରବର୍ତ୍ତୀ । ଏହା ସହ ଏହି ଆଲବମ  ରେ ନିଜର ଅଭିନୟ ବ ଡାନ୍ସ ର ରୋମାଣ୍ଟିକ କ୍ୟାମେଷ୍ଟ୍ରି ଦେଖାଇଛନ୍ତି  ଅଭିନେତା ସମ୍ଭବ ଓ ଅଭିନେତ୍ରୀ ଅନନ୍ୟା।ଗୀତ କୁ ଲେଖିଛନ୍ତି ତପୁ ନାୟକ ଓ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଆସିଦ ନିଜାମ । ସବୁଠାରୁ ବଡ଼କଥା ହେଲା ଏହି ଆଲବମ କୁ ବାଲିଯାତ୍ରା ରେ 10 ଲକ୍ଷ ଲୋକଙ୍କ ଭିତରେ ସୁଟିଙ୍ଗ କରାଯାଇଛି। ଗୀତ ଟି ନୂଆ ନୂଆ ପ୍ରେମୀ ଯୁଗଳ ପାଇଁ ବହୁତ ଭଲ ଲାଗିବ ବୋଲି କହିଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.