ETV Bharat / bharat

‘ଭାରତର ଆଣ୍ଟି ସାଟେଲାଇଟ୍‌ ଉପରେ ଆମେରିକା ରଖିନଥିଲା ଗୁପ୍ତ ନଜର’ - Pentagon

ନିକଟରେ ଭାରତର ପ୍ରଥମ ଆଣ୍ଟି ସାଟେଲାଇଟ୍‌ ମିସାଇଲ୍‌ ପରୀକ୍ଷା ଘଟଣାକୁ ସାର୍ବଜନୀନ କରିଥିଲେ ମୋଦି। ହେଲେ ଏହା ପୂର୍ବରୁ ଏ ବିଷୟରେ ଆମେରିକା ଜାଣିଥିଲା ବୋଲି ପେଣ୍ଟାଗନ୍‌ କହିଛି ।

ଫଟୋ ସୌଜନ୍ୟ: ଦୂରଦର୍ଶନ
author img

By

Published : Mar 30, 2019, 6:03 PM IST

ୱାଶିଂଟନ୍‌: ଭାରତର ଆଣ୍ଟି ସାଟେଲାଇଟ୍‌ ମିସାଇଲ୍‌ ପରୀକ୍ଷା(ଏଏସଏଟି) ଉପରେ ଆମେରିକାର ଗୁପ୍ତଚର ଦୃଷ୍ଟିକୁ ପେଣ୍ଟାଗନ୍‌ ଖଣ୍ଡନ କରିଛି । ନିକଟରେ ଭାରତର ପ୍ରଥମ ଆଣ୍ଟି ସାଟେଲାଇଟ୍‌ ମିସାଇଲ୍‌ ପରୀକ୍ଷା କଥା ପ୍ରଧାନମନ୍ତ୍ରୀ ମୋଦି ସାର୍ବଜନୀନ କରିଥିଲେ । ତେବେ ଏହା ବିଷୟରେ ଆମେରିକା ଜାଣିଥିଲା ବୋଲି ପେଣ୍ଟାଗନ୍‌ କହିଛି ।

ଏଏସଏଟି ପରୀକ୍ଷା ଉପରେ ଦୃଷ୍ଟି ରଖିବାକୁ ଆମେରିକା ଭାରତ ମହାସାଗର ଅନ୍ତର୍ଗତ ଡାଏଗୋ ଗ୍ରେସିଆ ବେସରୁ ଗୁପ୍ତଚର ବିମାନ ପଠାଇଥିଲା ବୋଲି ଖବର ପ୍ରକାଶ ପାଇଥିଲା । ଯାହାକୁ ଖଣ୍ଡନ କରି ଆମେରିକାର ପ୍ରତିରକ୍ଷା ବିଭାଗ ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଡେଭିଡ ଡବ୍ଲୁ ଇଷ୍ଟବର୍ଣ୍ଣ କହିଛନ୍ତି ଯେ ଆମେରିକାର କୌଣସି ଜିନିଷ ଭାରତ ଉପରେ ଗୁପ୍ତ ଦୃଷ୍ଟି ରଖୁନଥିଲା । ତେବେ ଏହି ଖବର ବିଷୟରେ ଆମେରିକା ଅବଗତ ଥିଲା ।

ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ ସମସ୍ତେ ସେମାନଙ୍କ ବନ୍ଧୁ ଓ ଶତ୍ରୁର ଗତିବିଧି ଉପରେ ଗୁପ୍ତ ଦୃଷ୍ଟି ରଖିଥାଆନ୍ତି । ଏକ୍ଷେତ୍ରରେ ଆମେରିକା, ରୁଷ ଓ ଚୀନ ଭଳି ଦେଶ ଆଗରେ । କିନ୍ତୁ ଆମେରିକା ଭାରତର ଏହି ପରୀକ୍ଷା ଲାଗି ପ୍ରସ୍ତୁତି ବିଷୟରେ ଜାଣିନଥିବା କଥା ବିସ୍ମୟକର ନିଶ୍ଚୟ । ଏକଥା ସେମାନେ ପୂର୍ବରୁ ଜାଣିଥିଲେ ବୋଲି ଗୁଇନ୍ଦା ସୂଚନା ମିଳିଥିଲା । କିନ୍ତୁ ପେଣ୍ଟାଗନ ଏହାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛି । ଭାରତ ଓ ଆମେରିକାର ସମ୍ପର୍କ ଏତେ ସୁଦୃଢ ଯେ ସୀମା ଉଲ୍ଲଙ୍ଘନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଇଷ୍ଟବର୍ଣ୍ଣ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.