ETV Bharat / bharat

ପ୍ରତିଶ୍ରୃତି ପୂରଣ କଲା ଆମେରିକା: ଭାରତକୁ 100 ଭେଣ୍ଟିଲେଟର ପ୍ରଦାନ - କୋରୋନା ମୁକାବିଲାରେ ହେବ ସହାୟତା

ପ୍ରତିଶ୍ରୃତି ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତକୁ ମିଳିଲା ପ୍ରଥମ 100 ଭେଣ୍ଟିଲେଟର । ଅଧିକ ପଢନ୍ତୁ...

ଭାରତକୁ ଆମେରିକା ଦେଲା 100 ଭେଣ୍ଟିଲେଟର
ଭାରତକୁ ଆମେରିକା ଦେଲା 100 ଭେଣ୍ଟିଲେଟର
author img

By

Published : Jun 16, 2020, 1:05 PM IST

ନୂଆଦିଲ୍ଲୀ: ଭାରତକୁ ପ୍ରଥମ 100 ଭେଣ୍ଟିଲେଟର ଦେଲା ଆମେରିକା । ଭାରତରେ ଆମେରିକା ରାଜଦୂତ କେନିଥ ଆଇ ଜଷ୍ଟର ନୂଆଦିଲ୍ଲୀ ରେଡକ୍ରସ ମୁଖ୍ୟାଳୟରେ ୟୁନାଇଡେଟ ଷ୍ଟେଟ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲ୍ପମେଣ୍ଟକୁ ଭେଣ୍ଟିଲେଟର ହସ୍ତାନ୍ତର କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଶ୍ରୁତି ଅନୁଯାୟୀ କୋରୋନା ଚିକିତ୍ସା ପାଇଁ ବହୁ ପ୍ରତୀକ୍ଷିତ ଭେଣ୍ଟିଲେଟର ଭାରତକୁ ଦିଆଯାଇଛି ।

ପ୍ରଥମ ଥର ଭାରତରେ ଏତେ ମାତ୍ରାର ଭେଣ୍ଟିଲେଟର ପହଞ୍ଚିଛି । ଆମେରିକାରେ ଉଚ୍ଚ ଟେକ୍ନୋଲୋଜି ଜୋଲ୍ ଦ୍ବାରା ଏହାକୁ ପ୍ରସ୍ତୁତ କରାଯାଇଛି । ଏହା ଆମେରିକାର ଚିକାଗୋରୁ ଆସିଛି । ଏୟାର ଇଣ୍ଡିଆ ବିମାନ ଦ୍ବାରା ଏହି ଭେଣ୍ଟିଲେଟର ଗୁଡିକୁ ଅଣାଯାଇଛି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭେଣ୍ଟିଲେଟର ପହଞ୍ଚିବା ପରେ ଆଇଆରସିଏସରେ ଛୋଟିଆ ଉଦଘାଟନୀ ଉତ୍ସବ କରାଯିବ । ଏହାପରେ ଆବଶ୍ୟକୀୟ ହସ୍ପିଟାଲ ଗୁଡିକୁ ହସ୍ତାନ୍ତର କରାଯିବ ।

ମେ 16ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି କହିଥିଲେ, ମହାମାରୀ ସମୟରେ ଆମେ ଭାରତ ସହିତ ରହିଛୁ । ଭାରତକୁ ଆମେ ଭେଣ୍ଟିଲେଟର ପ୍ରଦାନ କରିବୁ । ଭ୍ୟାକ୍ସିନ ଦିଗରେ ମଧ୍ୟ ଉଭୟ ରାଷ୍ଟ୍ର କାମ କରିବେ ବୋଲି ଟ୍ରମ୍ପ କହିଥିଲେ ।

ଟ୍ରମ୍ପଙ୍କ ଏହି ଟ୍ବିଟ ପରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଗକୁ ଦୁଇ ଦେଶ ଏହି ସଙ୍କଟ ମୁକାବିଲା କରିବାକୁ ସହଯୋଗ କରିବେ ।

ସୌଜନ୍ୟ: ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.