ETV Bharat / bharat

ଏଣିକି ୱେବ୍ ଲିଙ୍କ୍ ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟରେ ହେବ ଆଲୋଚନା - ଦିଲ୍ଲୀ ହାଇକୋର୍ଟ

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ଏକ ନିଷ୍ପତ୍ତି ନେଇଛନ୍ତି । ଏଣିକି କୋରୋନା ସମ୍ପର୍କିତ କୌଣସି ଜରୁରୀ ବିଷୟ ଉପରେ ଆଲୋଚନା କରିବାକୁ ହେଲେ ୱେବ୍ ଲିଙ୍କ୍ ମାଧ୍ୟମରେ ଆଲୋଚନା ହେବ । ସମ୍ପୂର୍ଣ୍ଣ ଖବର ପଢନ୍ତୁ..

ଏଣିକି ୱେବ୍ ଲିଙ୍କ୍ ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟ ଜରୁରୀ ବିଷୟ ଉପରେ ହେବ ଆଲୋଚନା

author img

By

Published : Apr 23, 2020, 12:14 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜରୁରୀ ବିଷୟ ଉପରେ ବିଚାର କରିବାର ପ୍ରକ୍ରିୟାରେ ସଂଶୋଧନ କରିଛନ୍ତି । ଲକଡାଉନ ସମୟରେ ହାଇକୋର୍ଟର ଅଧିକାରୀଙ୍କୁ ଡାକିବା କିମ୍ବା ଲକଡାଉନର କୌଣସି ଜରୁରୀ ବିଷୟରେ ଆଲୋଚନା କରିବା ପରିବର୍ତ୍ତେ ନିଯୁକ୍ତ ରେଜିଷ୍ଟ୍ରାରଙ୍କ ନିକଟରେ ୱେବ୍ ଲିଙ୍କ୍ ମାଧ୍ୟମରେ ଆଲୋଚନା କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ଜରୁରୀ ବିଷୟ ଗୁଡିକ କେବଳ https://tinyurl.com/y7se5gl2 କିମ୍ବା http://164.100.68.118:8080/DHC_FILING/ ଲିଙ୍କ୍ ମାଧ୍ୟମରେ ଉଲ୍ଲେଖ କରାଯିବ ଯାହାକି ସମସ୍ତ କାର୍ଯ୍ୟ ଦିନରେ ସକାଳ 10:30 ରୁ 12 ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ରେଜିଷ୍ଟ୍ରାର ଜେନେରାଲ ମନୋଜ ଜନଙ୍କ ଦ୍ବାରା ଜାରି କରାଯାଇଥିବା ଏକ କାର୍ଯ୍ୟାଳୟ ନିର୍ଦ୍ଦେଶରେ କୁହାଯାଇଛି ଯେ ଲିଙ୍କରେ ଉଲ୍ଲେଖ କରାଯାଇଥିବା ସମସ୍ତ ବାଧ୍ୟତାମୂଳକ କ୍ଷେତ୍ର ଗୁଡିକ ପୂରଣ ହେବା ଆବଶ୍ୟକ । ନଚେତ ଅନୁରୋଧ ପ୍ରକ୍ରିୟାକରଣ ହେବ ନାହିଁ ଏବଂ ଟେଲିଫୋନ୍ ମାଧ୍ୟମରେ ରେଜିଷ୍ଟ୍ରାରଙ୍କ ନିକଟରେ ଜରୁରୀ ବିଷୟ ଉଲ୍ଲେଖ କରିବାର ପ୍ରକ୍ରିୟା ତୁରନ୍ତ ପ୍ରଭାବରୁ ବନ୍ଦ ହୋଇଯିବ ।

ଏହି ଆଦେଶରେ କୁହାଯାଇଛି ଯେ ଓକିଲ / ମକଦ୍ଦମାକାରୀଙ୍କୁ ଗୋଟିଏ ପୃଷ୍ଠାର pdf ଫାଇଲ ଅପଲୋଡ୍ କରି ତାହାର ଆବଶ୍ୟକତା ଉପରେ ବାଖ୍ୟା କରିବେ । ଲିଙ୍କରେ ଆବେଦନ ଅପଲୋଡ୍ ହେବା ପରେ ଓକିଲଙ୍କ ମୋବାଇଲ୍ ନମ୍ବରକୁ ଏକ ଏସଏମଏସ ପଠାଯିବ । ଏହାସହ ଯିଏ ଆବେଦନ କରିଥିବେ ତାଙ୍କ ନିକଟକୁ ମଧ୍ୟ ଯିବ । ଯଦି ଜରୁରୀ ତାଲିକା ପାଇଁ ଅନୁରୋଧ ପ୍ରତ୍ୟାଖ୍ୟାନ ହୁଏ ତେବେ ମୋବାଇଲକୁ ନୋଟିଫିକେସନ ଆସିଯିବ ।

ପୁନର୍ବିଚାର ପାଇଁ ନିଯୁକ୍ତ ବିଚାରପତିଙ୍କ ନିକଟରେ ଜରୁରୀ ତାଲିକା ପାଇଁ ଅନୁରୋଧ ରଖିବା ପାଇଁ ବାର୍ତ୍ତାରେ ଏକ ବିକଳ୍ପ ମଧ୍ୟ ଦିଆଯିବ । ସଂପୃକ୍ତ 'ପରାମର୍ଶଦାତା ଅନ ରେକର୍ଡ'ର ପଞ୍ଜୀକୃତ ମୋବାଇଲରେ ଉପଲବ୍ଧ ବିକଳ୍ପକୁ SMS ମାଧ୍ୟମରେ ଉପଲବ୍ଧ କରାଇବା ପରେ, ପୁନଃବିଚାର ପାଇଁ ମାମଲାଟି ନିର୍ଦ୍ଦିଷ୍ଟ ବିଚାରପତିଙ୍କ ନିକଟରେ ରଖାଯିବ । ଆଉ ପୁନର୍ବିଚାର ପାଇଁ ଏପରି ବିକଳ୍ପ କେବଳ ସେହି ଦିନ ଅପରାହ୍ନ 3.00 ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ଏଥିରେ କୁହାଯାଇଛି ।

ହାଇକୋର୍ଟ ଏହାର ବିଲଡିଂରେ ଦୁଇଟି କୋର୍ଟ କୋଠରୀ ମଧ୍ୟ ଉପଲବ୍ଧ କରିଛନ୍ତି ଯାହା ସେହି ଆଡଭୋକେଟ୍ ତଥା ମକଦ୍ଦମାକାରୀଙ୍କ ଦ୍ବାରା ଭିଡିଓ କନଫରେନ୍ସିଂରେ ବ୍ୟବହୃତ ହେବ ଯାହାର ତାଲିକା ତାଲିକାଭୁକ୍ତ ହେବା ପାଇଁ ଅନୁମତି ଦିଆଯାଇଛି କିନ୍ତୁ ସେମାନେ ନିଜ ଘର କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ପରିଚାଳନା କରିବାର ସ୍ଥିତିରେ ନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.