ETV Bharat / bharat

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଗିରଫ ରାଶି ବଢିଲା 2.5 ଲକ୍ଷ

author img

By

Published : Jul 6, 2020, 3:18 PM IST

ଉତ୍ତରପ୍ରଦେଶ ପୋଲିସ ପାଇଁ ଏବେ ବଡ ଚ୍ୟାଲେଞ୍ଜ ପାଲଟିଛି କୁଖ୍ୟାତ ଅପରାଧି ବିକାଶ ଦୁବେର ଗିରଫଦାରି । ଅପରେସନକୁ ଜୋରଦାର କରାଯିବା ସହ ଗିରଫର ପୁରସ୍କାର ରାଶିକୁ ମଧ୍ୟ ଉତ୍ତରପ୍ରଦେଶ ପୋଲିସ ବଢାଇଛି । ଅଧିକ ପଢନ୍ତୁ....

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଗିରଫ ପାଇଁ 2.5 ଲକ୍ଷ ପୁରସ୍କାର ରାଶି ଘୋଷଣା

ଲକ୍ଷ୍ନୌ: 8ଜଣ ପୋଲିସ କର୍ମୀଙ୍କୁ ଅତ୍ୟନ୍ତ ବର୍ବରତା ସହ ହତ୍ୟା କରିବା ପରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଧରିବାକୁ ସବୁଠି ବଡ ଚ୍ୟାଲେଞ୍ଜ ହୋଇଛି । ଏହି କୁଖ୍ୟାତ ଅପରାଧିକୁ ଧରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ଏବେ ପୁରସ୍କାର ରାଶିକୁ ବଢାଇଛନ୍ତି । ୟୁପି ଡିଜିପି ଏଚସି ଆୱସ୍ତି କାନପୁର ମାମଲାରେ ମୁଖ୍ୟ ଅଭିଯୁକ୍ତର ଗିରଫଦାରୀ ଉପରେ 2.5 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ଏହା ପୂର୍ବରୁ ବିକାଶ ଦୁବେ ଉପରେ 50,000 ଟଙ୍କା ପୁରସ୍କାର ରଖାଯାଇଥିଲା । କିନ୍ତୁ ପରେ ଏହାକୁ ଦ୍ୱିଗୁଣିତ କରି ଏକ ଲକ୍ଷ କରାଯାଇଥିଲା । ବର୍ତ୍ତମାନ ଏହି ପରିମାଣକୁ 2.5 ଲକ୍ଷକୁ ବୃଦ୍ଧି କରାଯାଇଛି।

ଦୁବେକୁ ଧରିବା ପାଇଁ ସାରା ରାଜ୍ୟରେ 3 ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଡିଜିପି ଅୱସ୍ତି କହିଛନ୍ତି ଦୁବେକୁ ଗିରଫ କରିବା ପାଇଁ ରାଜ୍ୟର ସମସ୍ତ 75 ଟି ଜିଲ୍ଲାରେ ଏକ ସତର୍କ ସୂଚନା ଜାରି କରାଯାଇଛି ଏବଂ ଗ୍ୟାଙ୍ଗଷ୍ଟର ଧରିବା ଅପରେସନକୁ ଜୋରଦାର କରାଯାଇଛି । ଆଜି ଉନ୍ନାଓର ଟୋଲ ପ୍ଲାଜାରେ ମଧ୍ୟ ଗ୍ୟାଙ୍ଗଷ୍ଟାର ଦୁବେର ଫଟୋ ଦେଖିବାକୁ ମିଳିଥିଲା ।

ରବିବାର ଦୁବେର ଘର ଭଙ୍ଗା ଯିବା ପରେ ଅନେକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୁଳା ଜବତ ହୋଇଛି । ପୋଲିସର ଚଢାଉ ସମ୍ପର୍କରେ ଦୁବେ କିପରି ସୂଚନା ପାଇଲା ସେନେଇ ଅଧିକ ଅନୁସନ୍ଧାନ ଜାରି ରହିଛି । ଗ୍ୟାଙ୍ଗଷ୍ଟର ଲିଙ୍କରେ ଅତିକମରେ 30 ପୋଲିସ ଯାଞ୍ଚ କରୁଛନ୍ତି । ଗ୍ୟାଙ୍ଗଷ୍ଟର ସହ ଲିଙ୍ଗ ଥିବା 3 ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । 2 ଜଣ ସବ୍-ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳ ରହିଛନ୍ତି ।

ସୂଚନାଯୋଗ୍ୟ, ଏହି ଘଟଣାରେ ଗତକାଲି ପୋଲିସ ଦୁବେର ଜଣେ ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଥିଲା । ପୋଲିସର ପଚାର ଉଚରା ସମୟରେ ଗିରଫ ଅଗ୍ନିହୋତ୍ରି ପୋଲିସ ଆଗରେ ଅନେକ ତଥ୍ୟର ଖୁଲାସା କରିଥିଲା । ପୋଲିସର ଚଢାଉ ପୂର୍ବରୁ ଥାନାରୁ ଦୁବେକୁ ଫୋନ କଲ ଯାଇଥିବା ଗିରଫ ଅଭିଯୁକ୍ତ ଜଣକ କହିଥିଲା । ଏହା ପରେ ଦୁବେ 20-30 ଜଣଙ୍କ ଡାକି ପୋଲିସ ଉପରକୁ ଆକ୍ରମଣ କରିଥିଲା । ଦୁବେର ଏହି ଆକ୍ରମଣରେ କାନପୁର ଡିଏସପି ସମେତ 8 ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.