ETV Bharat / bharat

ଗିରଫ ହେଲେ ଲକଡାଉନ୍ ଉଲ୍ଲଂଘନ କରି ବଦ୍ରିନାଥ ଯାଉଥିବା ବିଧାୟକ

author img

By

Published : May 5, 2020, 11:09 AM IST

ଉତ୍ତରପ୍ରଦେଶର ସ୍ବାଧୀନ ବିଧାୟକ ଅମନମଣି ତ୍ରିପାଠୀଙ୍କ ସମେତ ତାଙ୍କ 7 ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଲକଡାଉନ୍ ନିୟମ ଉଲ୍ଲଂଘନ କରି ବଦ୍ରିନାଥ ଯାଉଥିଲେ ବିଧାୟକ । ତାଙ୍କୁ ବିଜନୌରରୁ ଗିରଫ କରାଯାଇଛି ।

UP MLA Amanmani  tripathi
ବଦ୍ରିନାଥ ଯାଉଥିବା ବିଧାୟକ ହେଲେ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସ୍ବାଧିନ ବିଧାୟକ ଅମନମଣି ତ୍ରିପାଠୀଙ୍କ ସମେତ ତାଙ୍କ 7 ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଲକଡାଉନ୍ ନିୟମ ଉଲ୍ଲଂଘନ କରି ବଦ୍ରିନାଥ ଯାଉଥିଲେ ବିଧାୟକ । ତାଙ୍କୁ ବିଜନୌରରୁ ଗିରଫ କରାଯାଇଛି । ପାଣ୍ଡେମିକ୍ ଆକ୍ଟ ସମେତ ଆଇପିସିର ବିଭିନ୍ନ ଧାରା ଅଧୀନରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପ୍ରକାଶଥାଉକି, ଉତ୍ତରାଖଣ୍ଡ ଗସ୍ତ ପରେ ସେ ବିବାଦ ଘେରକୁ ଆସିଥିଲେ । ଉତ୍ତରାଖଣ୍ଡର ତେହେରୀ ଜିଲ୍ଲାର ବିଧାୟକ ଅମନମଣି ତ୍ରିପାଠୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ସ୍ବର୍ଗତ ଆନନ୍ଦ ସିଂ ବିଷ୍ଟଙ୍କ ପୈତୃକ କାର୍ଯ୍ୟ ନାମରେ ଏହି ନିୟମକୁ ଅଣଦେଖା କରିଥିଲେ। ତେବେ ସିଏମ୍ ଯୋଗୀଙ୍କ ଭାଇ ମହେନ୍ଦ୍ର କୌଣସି ପିତୃ କାର୍ଯ୍ୟକୁ ଅସ୍ବୀକାର କରିଥିଲେ।

ବିଧାୟକ ଅମନମଣି ତ୍ରିପାଠୀ 11 ଜଣଙ୍କ ସହ ଚାମୋଲିରେ ପହଞ୍ଚିଥିଲେ । ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ସ୍ବର୍ଗତ ଆନନ୍ଦ ସିଂ ବିଷ୍ଟଙ୍କ ପୈତୃକ କାର୍ଯ୍ୟ ଶେଷ କରିବାକୁ ଅନୁମତି ମାଗିଥିଲେ। ଉତ୍ତରପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓମପ୍ରକାଶ 11 ଜଣଙ୍କ ପାଇଁ ଅନୁମତି ପ୍ରଦାନ କରିଥିଲେ। ଡେରାଡୁନ୍ ଠାରୁ ଚାମୋଲି ପର୍ଯ୍ୟନ୍ତ ଅମନମଣି ତ୍ରିପାଠୀଙ୍କୁ ସମ୍ପୂର୍ଣ୍ଣ ପ୍ରୋଟୋକଲ୍ ଦିଆଯାଇଥିଲା । ମାତ୍ର ସେ କର୍ଣ୍ଣପ୍ରୟାଗରେ ପହଞ୍ଚି ଏସଡିଏମଙ୍କୁ ର୍ଦୁବ୍ୟବହାର କରିଥିଲେ । ଏହାପରେ ସମସ୍ତ ମାମଲା ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.