ETV Bharat / bharat

ୟୁପି ସରକାରଙ୍କୁ ଝଟକା: ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ରାଜଭର - up

ନିଜ ଦଳ ପରିବର୍ତ୍ତେ ଅନ୍ୟଦଳର ଦଳୀୟ ସଙ୍କେତରେ ନିର୍ବାଚନ ଲଢିବା ନେଇ ଅସନ୍ତୁଷ୍ଟ ହୋଇ ଉଠିଛନ୍ତି ସୁହଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ର ସୁପ୍ରିମୋ ଓମ୍ ପ୍ରକାଶ ରାଜଭର । ଏପରିକି ଇସ୍ତଫା ଦେବା ନେଇ ମଧ୍ୟ ଧମକ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : May 7, 2019, 4:02 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କ୍ଷମତାସୀନ ଥିବା ବିଜେପି ନେତୃତ୍ବାଧିନ ମେଣ୍ଟ ସରକାରକୁ ଲାଗିବାକୁ ଯାଉଛି ଜୋରଦାର ଝଟକା । ଯୁପି ସରକାରଙ୍କ ଅଧିନରେ ମନ୍ତ୍ରୀ ଥିବା ସୁହଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ର ସୁପ୍ରିମୋ ଓମ୍ ପ୍ରକାଶ ରାଜଭର । ଆସନ୍ତା 13 ତାରିଖରେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ସେ ।

ଚଳିତ ଲୋକସଭା ନିର୍ବାଚନରେ ଆସନ ଭାଗବଣ୍ଟାକୁ ନେଇ ଦେଖା ଦେଇଥିବା ଅସୁବିଧା ଯୋଗୁଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି । ଏନେଇ ପ୍ରତିକ୍ରିୟା ରଖି ଏସବିଏସପିର ସୁପ୍ରିମୋ ଓମ୍ ପ୍ରକାଶ ରାଜଭର କହିଛନ୍ତି, " ମୋ ଦଳର ଦଳୀୟ ସଙ୍କେତରେ ନିର୍ବାଚନ ଲଢିବା ପାଇଁ ମୁଁ ଚାହୁଁଥିଲି । ମାତ୍ର ସେମାନେ ମୋ ପ୍ରସ୍ତାବରେ ରାଜି ହୋଇନଥିଲେ । ମୋତେ ବିଜେପିର ଦଳୀୟ ସଙ୍କେତରେ ନିର୍ବାଚନ ଲଢିବା ପାଇଁ କୁହାଯାଇଥିଲା। "

ଗତ 2017ରେ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମେଣ୍ଟ ହୋଇ ନିର୍ବାଚନ ଲଢିଥିଲେ ଉଭୟ ବିଜେପି ଏବଂ ଏସବିଏସପି । ୟୁପିର ଶାସନ ଗାଦି ସମ୍ଭାଳୁଥିବା ଯୋଗୀ ଆଦିତ୍ୟନାଥ ସରକାରରେ ଏବେ ପଛୁଆ ବର୍ଗ କଲ୍ୟାଣ ବିକାଶ ମନ୍ତ୍ରୀ ଅଛନ୍ତି ଓମ ପ୍ରକାଶ ରାଜଭର ।

ବିଜେପିକୁ କଟାକ୍ଷ କରି ସେ କହିଛନ୍ତି, " ଚଳିତ ଲୋକସଭା ନିର୍ବାଚନ ପ୍ରଚାର ବେଳେ ବିଜେପି ମୋର ନାଁ କୁ ବ୍ୟବହାର କରିଥିଲା । ଏପରିକି ରୋଡ ଶୋ ବେଳେ ସେମାନେ ମୋର ଫଟୋ କୁ ବ୍ୟବହାର କରିଥିଲେ । ଏନେଇ ମୁଁ ନିର୍ବାଚନ କମିଶନଙ୍କ (ଇସି) ଦୃଷ୍ଟି ଆକର୍ଷଣ କରିଥିଲି । ମାତ୍ର ଇସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କ ପାଇଁ କାମ କରୁଛନ୍ତି । "

2019 ଲୋକସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିବାକୁ ମୁଁ ଆଗ୍ରହୀ ଥିଲି । ଏଥିପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିଲି । ବିଜେପିର ଦଳୀୟ ସଙ୍କେତରେ ନିର୍ବାଚନ ଲଢିବାକୁ ମୋତେ କୁହାଯାଇଥିଲା । ହେଲେ ମୁଁ ନିର୍ବାଚନ ଲଢିବାକୁ ମନା କରି ଦେଇଥିଲି ।

0D,PUR ,PHONI,VISUAL,OD10012
ପାଖେଇ ଆସୁଛି ଫୋନି ,ପବନର ମାତ୍ରା ବଢ଼ିବାରେ ଲାଗିଛି।
ବଙ୍ଗପୋ ସାଗରରେ ତାଣ୍ଡବ ମଚୌଥିଵା ବାତ୍ୟା ଫୋନି ସ୍ଥଳ ଭାଗ କୁ ଯେତିକି ପାଖେଇ ଆସୁଛି।ପୁରି,ବ୍ରହ୍ମଗିରି ଓ ସାତପଡ଼ା ଅଞ୍ଚଳରେ ତାର ତାଣ୍ଡବ ମଚେଇବରେ ଲାଗିଛି।
ସକାଳ 7 ସୁଧା ଵ୍ରହ୍ମଗିରିରେ ପବନର ବେଗ 150 କିମି ଉର୍ଦ୍ଧ ବହିବାର ଲାଗିଛି।ତା ସହିତ ତୁହକୁ ତୁହା ବର୍ଷା ର ପରିମାଣ ବୃଦ୍ଧି ପାଉଛି।
ଲୋକମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ସହ ଆଶ୍ରୟ ସ୍ଥଳୀ ମାନଙ୍କରେ ସୁରକ୍ଷିତ ଅଛନ୍ତି।
ପବନ ର ମାତ୍ରା ବୃଦ୍ଧି ପାଇବା ଫଳରେ ଚିଲିକାର ପାଣି ଉଛିଳିବରେ ଲାଗିଛି।
ଗାର୍ଡ ୱାଲ ଦେଇ ଚିଲିକା ପାଣି ଜନବସତି ଭିତରକୁ ପଶିବାର ଲାଗୁଛି।
Visual send by mojo kit and whats up.
Debashis Das,3.5.19
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.