ଲକ୍ଷ୍ନୌ: ମହାମାରୀ କୋରୋନା ମୁକାବିଲା ନେଇ ଲକ ଡାଉନରେ ଦେଶ। କିନ୍ତୁ ଲୋକ ଏବେ ପର୍ଯ୍ୟନ୍ତ ବି ନିଜର ପ୍ରିୟ ଖାଦ୍ୟର ନିଶାକୁ ଛାଡି ପାରୁନାହିଁନ୍ତି । ତେବେ ନିଜ ପ୍ରିୟ ଖାଦ୍ୟ ସିଙ୍ଗେଡା ପାଇଁ କୋଭିଡ 19 ହେଲ୍ପଲାଇନ ନମ୍ବରେ କଲ କରି ଫସିଯାଇଛନ୍ତି ଉତ୍ତରପ୍ରଦେଶ ରାମପୁରର ଜଣେ ଯୁବକ ।
ଯୁବକ ଜଣକ ହେଲ୍ପ ଲାଇନ ନମ୍ବରରେ କଲ କରି ସମୋସା ସହ ଚଟନୀ ମଧ୍ୟ ମାଗିଥିବା ଅଭିଯୋଗ ହୋଇଛି । ତେବେ ଘଟଣା ଜାଣିବା ପରେ ରାମପୁର ଜିଲ୍ଲାପାଳ ଆଞ୍ଜେନେୟ ସିଂ ତାଙ୍କୁ ଦଣ୍ଡ ଦେଇଛନ୍ତି । ଦଣ୍ଡ ଆକାରରେ ଯୁବକ ଜଣକ ରାସ୍ତା ଝାଡୁ କରିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ନାଳ ସଫା କରିଛନ୍ତି ।
ସରକାରୀ ହେଲ୍ପଲାଇନ ନମ୍ବର ଅପବ୍ୟବାହର କଲେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି । ପୂର୍ବରୁ ଅନ୍ୟଜଣେ ବ୍ୟକ୍ତି ମଦ୍ୟପାନ ପାଇଁ ମଦ ନମିଳିବାରୁ ତାଙ୍କ ଶରୀରରେ କୋରୋନା ଲକ୍ଷଣ ଦେଖାଯାଉଥିବା ନେଇ ମଧ୍ୟ ହେଲ୍ପଲାଇନ ନମ୍ବରରେ କଲ କରିଥିଲେ ।