ETV Bharat / bharat

ହାଥରସ କାଣ୍ଡ: ପୀଡିତା ଚିତ୍କାର କରୁଥିବାବେଳେ ଘଟଣାସ୍ଥଳରେ ଥିଲେ ଭାଇ ଓ ମାଆ - HATHRAS CASE EYEWITNESS INTERVIEW

ଉତ୍ତରପ୍ରଦେଶର ହାଥରସ ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଘଟଣାସ୍ଥଳରେ ପ୍ରଥମେ ପହଞ୍ଚିଥିବା ପ୍ରତ୍ୟକ୍ଷଦର୍ଶୀ ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ...

ପୀଡିତା ଚିତ୍କାର କରୁଥିବାବେଳେ ଘଟଣାସ୍ଥଳରେ ଥିଲେ ଭାଇ ଓ ମାଆ

author img

By

Published : Oct 16, 2020, 10:06 AM IST

ଲକ୍ଷ୍ନୌ: ହାଥରସ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶମୂଳକ ପରିସ୍ଥିତି ଦେଖାଦେଇଛି । ପ୍ରତିଦିନ ଏହି ଘଟଣାରେ ନୂଆ ମୋଡ ଦେଖାଦେଉଛି। ଏଥର ଏହି ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ ସାମ୍ନାକୁ ଆସିବା ସହ ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ।

ହାଥରସ ପୀଡିତାଙ୍କ ଘଟିଥିବା ଘଟଣା ଦିନ ଅର୍ଥାତ ସେପ୍ଟେମ୍ବର 14 ତାରିଖ ଦିନ ପ୍ରଥମେ ବିକ୍ରମ ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭୋର 4ଟା ସମୟରେ ସେ ନିଜ ଜମିର ଚାରା କାଟିବାକୁ ଯିବା ସମୟରେ ପୀଡିତାଙ୍କ ଚିତ୍କାର ଶୁଣିଥିଲେ । ଏହି ପରେ ସେ ଘଟଣାସ୍ଥଳକୁ ଯାଇଥିଲେ ବୋଲି ଖୋଦ ବିକ୍ରିମ କହିଛନ୍ତି । ଏହି ସମୟରେ ସେ ପୀଡିତାଙ୍କୁ ଜମିରେ ପଡିଥିବାର ଦେଖିବାକୁ ପାଇଥିଲେ । ସେଠାରେ ପୀଡିତାଙ୍କ ଭାଇ ମଧ୍ୟ ଉପସ୍ଥିତ ରହିଥିଲେ ।

ବିକ୍ରମଙ୍କ ଅନୁସାରେ, ପୀଡିତାଙ୍କୁ ବେକରେ ଦାଗ ରହିଥିଲା । ଏପରି ସ୍ଥିତି ଦେଖି ବିକ୍ରମ ଭୟଭୀତ ହେବା ନିଜ ପରିବାର ଲୋକଙ୍କୁ ଜଣାଇବାକୁ ସେଠାରୁ ଚାଲିଯାଇଥିଲେ । କିଛି ସମୟରେ ପୁଣି ଘଟଣାସ୍ଥଳକୁ ଫେରିବା ପରେ ସେଠାରୁ ପୀଡିତାଙ୍କ ଭାଇ ପଳାଇଥିଲେ । ସେଠାରେ ସେ ପୀଡିତାଙ୍କ ମାଆ ଏକଟିଆ ରହିଥିଲେ । ପୀଡିତାଙ୍କ ମାଆ ନିଜ ପୁଅକୁ ଡାକିବାକୁ କହିବାରୁ, ବିକ୍ରମ ପୀଡିତାଙ୍କ ଭାଇକୁ ଡାକିବାକୁ ଯାଇଥିଲେ । ହେଲେ ପୀଡିତାଙ୍କ ଭାଇ ଘଟଣାସ୍ଥଳକୁ ଯାଇ ନିଜ ଉଭଣୀକୁ ଉଦ୍ଧାର କରିବା ବଦଳରେ ଆଉ 5ରୁ 6 ଲୋକ ଜମା ହେବାପରେ ସେଠାକୁ ଯିବେ ବୋଲି କହିଥିଲେ । ଏହା ବିକ୍ରମ ପୀଡିତାଙ୍କ ବିଷୟରେ ଗାଁରେ କହିବା ପରେ ଗ୍ରାମବାସୀଙ୍କ ଭିଡ ଜମିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.