ETV Bharat / bharat

ଲକଡାଉନ କଟକଣା: ୟୁପିର ଲାଗୁ ହେବ ମୋଦିଙ୍କ ନିଷ୍ପତ୍ତି - ୟୁପି ନ୍ୟୁଜ

କିଛି ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଲକଡାଉନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ନିଷ୍ପତ୍ତି ନେବେ ସେହି ନିୟମ ଉତ୍ତରପ୍ରଦେଶରେ ଲାଗୁ ହେବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

luckdown
ଲକଡାଉନ ଉପରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ୟୁପିରେ ଲାଗୁ ହେବ
author img

By

Published : Apr 13, 2020, 11:31 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲାଗୁ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତି । କିଛି ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଲକଡାଉନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ନିଷ୍ପତ୍ତି ନେବେ ସେହି ନିୟମ ଉତ୍ତରପ୍ରଦେଶରେ ଲାଗୁ ହେବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ତେବେ ଲକଡାଉନ ମଧ୍ୟରେ ଯୋଗୀ ସରକାର ୟୁପିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷା, ଅର୍ଥ, କୃଷି, ଜଳ ଏବଂ ନିର୍ମାଣ ସହ ଜଡିତ ସିଏମ୍ ଯୋଗୀ କମିଟି ଗଠନ କରିଛନ୍ତି । ଏଥିସହ ସେ ଲକଡାଉନ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ଯୋଗୀ ସରକାର କୋରୋନା ଚିକିତ୍ସା ଏବଂ ପ୍ରତିରୋଧରେ ନିୟୋଜିତ ଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସୁବିଧା ଯୋଗାଇବାକୁ ଘୋଷଣା କରିଛନ୍ତି । ତେବେ କୋରୋନା ଚିକିତ୍ସା ଏବଂ ପ୍ରତିରୋଧରେ ନିୟୋଜିତ ଥିବା କର୍ମଚାରୀଙ୍କ ଡ୍ୟୁଟି ସମୟରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ 50 ଲକ୍ଷ ଆର୍ଥିକ ସହାୟତା ରାଶି ଦିଆଯିବ ।

ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ କର୍ମଚାରୀଙ୍କ ସମେତ ସମସ୍ତ ବିଭାଗର ସରକାରୀ, ଅର୍ଦ୍ଧ ସରକାରୀ ଏବଂ ଆଉଟସୋର୍ସିଂ ମାଧ୍ୟମରେ କାମ କରୁଥିବା ଲୋକ ଏହି ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.