ETV Bharat / bharat

ସରକାରୀ ଅଫିସରେ ଗୁଟଖା ବ୍ୟାନ - lucnow

ସରକାରୀ କାର୍ଯ୍ୟାଳୟରେ ଗୁଟଖା କୁ ନାଁ । ନିୟମ ବିରୁଦ୍ଧରେ ଗଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

ଫାଇଲ ଫଟୋ
author img

By

Published : Jul 2, 2019, 5:33 PM IST

Updated : Jul 3, 2019, 9:28 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ କୌଣସି ପ୍ରକାରର ଗିଫ୍ଟ ସାଙ୍ଗରେ ନେଇ ଯାଇ ପାରିବେନି । ଯଦି କେହି ନେବାକୁ ଚାହିଁବ, ତେବେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଅନୁମତି ମିଳିବା ପରେହିଁ ନେଇପାରିବ । ତେବେ ସବୁଠୁ ବଡ କଥା ହେଲା ଏବେ ସରକାରୀ ଅଫିସରେ ଗୁଟଖା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅଫିସ ଭିତରେ କେହି ଗୁଟଖା ଖାଇପାରିବେ ନାହିଁ । ଆଉ ଯଦି କେହି ଖାଉଥିବାର ଦେଖିବାକୁ ମିଳେ ତେବେ ଉକ୍ତ ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏନେଇ ସୂଚନା ଜାରି କରିଛନ୍ତି ଉତ୍ତର ପ୍ରଦେଶର ଅତିରିକ୍ତ ମୁଖ୍ୟ ସଚିବ ମହେଶ ଗୁପ୍ତା । ଏହା ସହ କାହାକୁ ଗିଫ୍ଟ ଦେବା ଓ କାହାଠାରୁ ଗିଫ୍ଟ ଗ୍ରହଣ କରିବା ଉପରେ କଡା ପଦକ୍ଷେପ ନିଆଯାଇଛି । ତେବେ କର୍ମଚାରୀ ମାନେ କାର୍ଯ୍ୟାଳୟରେ ବସି ପାନ କିମ୍ବା ଗୁଟଖା ଖାଇଲେ 500 ଟଙ୍କା ଜୋରିମାନା ଦେବେ । ଏହା ବ୍ୟତୀତ କାର୍ଯ୍ୟାଳୟ ଭିତରକୁ ଲାଇଟର ମଧ୍ୟ ବ୍ୟାନ କରାଯାଇଛି ।

ଏହା ବ୍ୟତୀତ ସମସ୍ତ ସରକାରୀ କର୍ମଚାରୀଙ୍କୁ ସକାଳ 9ଟାରେ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଆଦେଶ ଦେଇଥିଲେ । 9 ଟାରୁ 11 ଟା ଭିତରେ ସାଧାରଣ ଲୋକଙ୍କର ସମସ୍ୟା ଶୁଣିବା ପାଇଁ ମଧ୍ୟ କହିଥିଲେ । ତେବେ ଏଥିରେ ଖିଲାପ ହେଉଥିବାରୁ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା କଥା ଯୋଗୀ କହିଛନ୍ତି ।

Intro:Body:

For testing

Conclusion:
Last Updated : Jul 3, 2019, 9:28 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.