ETV Bharat / bharat

ଗିରଫ ହେଲେ କଂଗ୍ରେସ ନେତା, ଯୋଗୀ ସରକାରଙ୍କୁ ଘେରିଲେ ପ୍ରିୟଙ୍କା - up congress leader arrest case

ଲକ୍ଷ୍ନୌରେ କଂଗ୍ରେସ ନେତା ଗିରଫ ହେବା ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ଗିରଫ ହେଲେ କଂଗ୍ରେସ ନେତା
ଗିରଫ ହେଲେ କଂଗ୍ରେସ ନେତା
author img

By

Published : Jun 30, 2020, 1:37 PM IST

ଲକ୍ଷ୍ନୌ: ଲକ୍ଷ୍ନୌରେ କଂଗ୍ରେସ ନେତା ଗିରଫ ହେବା ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପ୍ରିୟଙ୍କା ମଙ୍ଗଳବାର ଟ୍ବିଟ କରି କହିଛନ୍ତି ଯେ ବିଜେପି ସରକାର ୟୁପି ପୋଲିସକୁ ଅସ୍ତ୍ର କରି ଅନ୍ୟ ଦଳର ସ୍ବର ବନ୍ଦ କରିବାକୁ ଚାହୁଁଛନ୍ତି ।

ସେ ଲେଖିଛନ୍ତି, ‘କଂଗ୍ରେସ ନେତା ଓ କର୍ମୀମାନେ ସର୍ବସାଧାରଣ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରିବାକୁ ପ୍ରତିବଦ୍ଧ । ୟୁପି ପୋଲିସ ଅନ୍ଧାରରେ ଆମର ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷଙ୍କୁ ଉଠାଇଆଣିଛି ’। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଥମରୁ ହିଁ ମିଥ୍ୟା ଆରୋପରେ ରାଜ୍ୟ ଅଧ୍ୟକ୍ଷଙ୍କୁ 4 ସପ୍ତାହ ଜେଲରେ ରଖିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ଅଗାଣତାନ୍ତ୍ରିକ ଅଟେ । କଂଗ୍ରେସର ଯୋଦ୍ଧା ପୋଲିସ ଲାଠି ଓ ମିଥ୍ୟା ଆରୋପକୁ ଡରିବେ ନାହିଁ ।

ପ୍ରକାଶଥାଉକି, ସୋମବାର ପୋଲିସ ଲକ୍ଷ୍ନୌରୁ କଂଗ୍ରେସ ନେତା ଶାହନୱାଜ ଆଲାମଙ୍କୁ ଗିରଫ କରିଛି। ଶାହନୱାଜ ଆଲାମ କଂଗ୍ରେସ ସଂଖ୍ୟାଲଘୁ ସେଲର ଚେୟାରମ୍ୟାନ୍ ଅଟନ୍ତି। ଗତ ବର୍ଷ ଡିସେମ୍ବରରେ CAA ଓ NRC ବିରୋଧରେ ପ୍ରଦର୍ଶନ ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.