ETV Bharat / bharat

କୋଭିଡ 19 ହସ୍ପିଟାଲରେ ଲକ୍ଷେ ବେଡ୍ ପାଇଁ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ

author img

By

Published : May 21, 2020, 8:27 PM IST

ଗୁରୁବାର କୋଭିଡ 19 ପରିଚାଳନା ଟିମ୍ ସହ ଆଦିତ୍ୟନାଥ ବୈଠକ ଆୟୋଜନ କରିଥିଲେ । ଏଥିରେ ରାଜ୍ୟରେ କୋରୋନା ସ୍ଥିତି ଓ ଏହାର ମୁକାବିଲା ଉପରେ ସେ ସମୀକ୍ଷା କରିଥିଲେ । ଅଧିକ ପଢନ୍ତୁ...

କୋଭିଡ 19 ହସ୍ପିଟାଲରେ ଲକ୍ଷେ ବେଡ୍ ପାଇଁ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ
କୋଭିଡ 19 ହସ୍ପିଟାଲରେ ଲକ୍ଷେ ବେଡ୍ ପାଇଁ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି କୋଭିଡ 19 ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମେ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ କରିବାକୁ ସେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର କୋଭିଡ 19 ପରିଚାଳନା ଟିମ୍ ସହ ଆଦିତ୍ୟନାଥ ବୈଠକ ଆୟୋଜନ କରିଥିଲେ । ଏଥିରେ ରାଜ୍ୟରେ କୋରୋନା ସ୍ଥିତି ଓ ଏହାର ମୁକାବିଲା ଉପରେ ସେ ସମୀକ୍ଷା କରିଥିଲେ । ବର୍ତ୍ତମାନ ସୁଦ୍ଧା ଏଲ1, ଏଲ2, ଏଲ3 ହସ୍ପିଟାଲରେ 78 ହଜାର 33 ବେଡ୍ ରହିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷବ୍ୟକ୍ତ କରଥିଲେ । ତେବେ ଏହି ସଂଖ୍ୟା ଏକ ଲକ୍ଷରେ ପହଞ୍ଚାଇବା ପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ପାଇଁ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ ।

ଏହାସହ ଆଦିତ୍ୟନାଥ ଡାକ୍ତରଙ୍କୁ ନିୟମିତ ଭାବେ ହସ୍ପିଟାଲ ଯାଞ୍ଚରେ ଯିବା ପାଇଁ କହିଥିଲେ । ପାରା ମେଡିକାଲ ଓ ନର୍ସିଂ ଷ୍ଟାଫ୍ ଯେପରି ସେମାନଙ୍କ ସିଡ୍ୟୁଲ ଅନୁସାରେ ଉପସ୍ଥିତ ରହନ୍ତି ସେଥିପ୍ରତି ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମୀ ଯେପରି ପିପିଇ କିଟ୍ସ ଉପଯୁକ୍ତ ପରିମାଣରେ ପାଇବେ ତାହା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପ୍ରାଥମିକତା । ସେମାନଙ୍କ ପାଇଁ ସବୁପ୍ରକାର ମାସ୍କ, ଟ୍ରିପଲ ଲେୟର ମାସ୍କ, ହ୍ୟାଣ୍ଡ ସାନିଟାଇଜର, ମେଡିସିନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ଆଦିତ୍ୟନାଥ ଦିନକୁ 10 ହଜାର କୋଭିଡ ସାମ୍ପଲ ଟେଷ୍ଟ କରିବା ଉପରେ ଜୋର ଦେଇଛନ୍ତି । ଆଗକୁ ପ୍ରତି ଜିଲ୍ଲାରେ ଲାବ୍ ଖୋଲାଯିବାର ଯୋଜନା ରହିଛି । ତେଣୁ ପରୀକ୍ଷା ବଢାଇବାକୁ ପଡିବ ବୋଲି ସେ କହିଛନ୍ତି । ସେହିପରି ସମସ୍ତ ଗରିବ ଓ ଅସହାୟଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମିଳିବା ନେଇ ନିଶ୍ଚିତ କରିବାକୁ ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋମ ଡେଲିଭରୀ ହେବ । ଏହାସହ ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯିବ ବୋଲି ଆଦିତ୍ୟନାଥ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.