ଲକ୍ଷ୍ନୌ: ନୂଆ କ୍ୟାମ୍ପେନ୍ ଆରମ୍ଭ କଲେ ଯୋଗୀ ସରକାର । ହାସ୍ ଟ୍ୟାଗ ‘ହାତ ଧୋନା ରୋକେ କୋରୋନା’ କ୍ୟାମ୍ପେନ ସୋସିଆଲ ମିଡିଆରେ ଲୋକଙ୍କୁ କରିବ ସଚେତନ । ବିଶ୍ବ ହାତଧୁଆ ଦିବସ ଅବସରରେ ଏପରି ଅଭିନବ ପ୍ରୟାସ ଆରମ୍ଭ ହୋଇଛି ।
କରୋନା ସମୟରେ ସମସ୍ତଙ୍କ ହାତ ଧୋଇବାର ପ୍ରାସଙ୍ଗିକତା ରହିଛି । ତେଣୁ କୌଣସି ଜଣେ ବ୍ୟକ୍ତି ଏହାକୁ ଅବଜ୍ଞା କରିବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଏହି ସୋସିଆଲ କ୍ୟାମ୍ପେନକୁ ଲୋକାର୍ପଣ କରିବା ସମୟରେ କହିଛନ୍ତି । U-Rise ପୋର୍ଟାଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ସହ ସେଠାରେ ଉପସ୍ଥିତ ଥିବା ସମସ୍ତ ଛାତ୍ର, ଅଧ୍ୟାପକ, ଅଧିକାରୀ ଏବଂ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବିଶ୍ବ ହାତଧୁଆ ଦିବସ, ବିଶ୍ବ ହାତ ଧୋଇବା ସଂସ୍ଥା ସହଭାଗିତାରେ ପ୍ରତିଷ୍ଠିତ । ଲୋକଙ୍କୁ ସାବୁନରେ ହାତ ଧୋଇବାକୁ ଉତ୍ସାହିତ କରିବା ପାଇଁ ସୃଜନାତ୍ମକ ଉପାୟର ପରିକଳ୍ପନା, ପରୀକ୍ଷଣ ଅତ୍ୟାବଶ୍ୟକ ବୋଲି ଯୋଗୀ କହିଛନ୍ତି | ପ୍ରତିବର୍ଷ ବିଶ୍ବ ହାତଧୁଆ ଦିବସ ଦିନ ଏହି କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।
@ANI