ETV Bharat / bharat

ଭୂମି ପୂଜନ ତାରିଖ ଚୂଡାନ୍ତ ପରେ ଆଜି ଅଯୋଧ୍ୟା ଯିବେ ଯୋଗୀ

author img

By

Published : Jul 25, 2020, 10:50 AM IST

ସୁପ୍ରିମକୋର୍ଟଙ୍କ ରାୟ ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋର ଧରିଛି । ଅଗଷ୍ଟ 5 ତାରିଖରେ ଭୂମି ପୂଜନ ନେଇ ତାରିଖ ଘୋଷଣା ସରିଛି । ଅଧିକ ପଢନ୍ତୁ...

ଭୂମି ପୂଜନ ତାରିଖ ଚୂଡାନ୍ତ ପରେ ଆଜି ଅଯୋଧ୍ୟା ଯିବେ ଯୋଗୀ
ଭୂମି ପୂଜନ ତାରିଖ ଚୂଡାନ୍ତ ପରେ ଆଜି ଅଯୋଧ୍ୟା ଯିବେ ଯୋଗୀ

ଲକ୍ଷ୍ନୌ: ରାମ ଜନ୍ମ ଭୂମିରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନର ତାରିଖ ଚୂଡାନ୍ତ ହୋଇସାରିଛି । ଶନିବାର(ଆଜି) ଅଯୋଧ୍ୟା ଗସ୍ତ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୂମି ପୂଜନ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିବେ ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ।

ଅଗଷ୍ଟ 5ରେ ମନ୍ଦିରର ଭୂମି ପୂଜନରେ ହେବାକୁ ଥିବାବେଳେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । ମହନ୍ତ ନିତ୍ୟାଗୋପାଳ ଓ ମନ୍ଦିର ଟ୍ରଷ୍ଟି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ଭୂମି ପୂଜନ ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଭୂମି ପୂଜନ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ କ୍ୟାବିନେଟ,ଆରଏସଏସ ମୁଖ୍ୟ ମୋହନ ଭାଗବତ ଅଂଶ ଗ୍ରହଣ କରିବେ ।

ସୁପ୍ରିମକୋର୍ଟଙ୍କ ଦ୍ବାରା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠିତ କରାଯାଇଛି । ଗତ ସପ୍ତାହରେ ଟ୍ରଷ୍ଟ ପକ୍ଷରୁ ଭୂମି ପୂଜନ ତାରିଖ ଚୂଡାନ୍ତ ହୋଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ରାମ ଜନଲାଭୋମି ପରିସରରେ ମାନସ ଭବନ ନିକଟରେ ଏକ ଅସ୍ଥାୟୀ ରାମ ଲାଲ ପ୍ରତିମୂର୍ତ୍ତିକୁ ମନ୍ଦିର ନିର୍ମାଣ ହେବା ପର୍ଯ୍ୟନ୍ତ ସ୍ଥାନାନ୍ତରିତ କରଯାଇଛି ।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର 9 ତାରିଖରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଏକ ଐତିହାସିକ ରାୟ ଶୁଣାଇଥିଲେ । ମନ୍ଦିର ନିର୍ମାଣ ପାଇଁ ଫେବୃୟାରୀ 5ରେ ଏକ ଟ୍ରଷ୍ଟ ଗଠନ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.