ଲକ୍ଷ୍ମୌ: ମହଙ୍ଗା ପଡିଲା ଦାଦାଗିରି । କୃଷକ ନେତାଙ୍କୁ ମାରପିଟ କରିବା ଅଭିଯୋଗ ବିଧାୟକଙ୍କ ପୁଅ ଗିରଫ । ଉତ୍ତରପ୍ରଦେଶ ଦଡ୍ରୋଲାର ବିଜେପି ବିଧାୟକ ମାନଭେନ୍ଦ୍ର ସିଂଙ୍କ ପୁଅ ଅରବିନ୍ଦ ସିଂଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ସହ ଆଉ 5 ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଶାହାଜାନପୁରର ଭାରତୀୟ କିଷାନ ୟୁନିୟନର ନେତାଙ୍କ ଅଭିଯୋଗ କ୍ରମେ ତାଙ୍କୁ ବାନ୍ଧିଛି ପୋଲିସ ।
ଅଭିଯୋଗ ଅନୁସାରେ, ଜମି ମାଫିଆଙ୍କ ବିରୋଧରେ ସଦର ତହସିଲଦାରଙ୍କ ଆଲୋଚନା କରୁଥିଲେ କିଷାନ ୟୁନିୟର ନେତା ମହେନ୍ଦ୍ର ସିଂହ ଯାଦବ । ହଠାତ୍ ଏହି ସମୟରେ ପହଞ୍ଚି ଯାଇଥିଲେ ଅରବିନ୍ଦ ସିଂ ଓ ତାଙ୍କର କିଛି ସାଥୀ । ଅଫିସ୍ ବାହାରେ ତାଙ୍କୁ ଦୁର୍ବବ୍ୟହାର କରିଥିଲେ । ଏପରିକି ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ସେଠାରେ ଉପସ୍ଥିତ ତାଙ୍କ ସହଯୋଗୀ ମାରିପିଟ୍ କରିଥିବା ଅଭିଯୋଗ କରିଛନ୍ତି ମହେନ୍ଦ୍ର । ଏହି ଘଟଣାର ନ୍ୟାୟ ଦାବି କରି ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ରବିବାର ଥାନାରେ ମାମଲା ରୁଜୁ ହୋଇଥିଲା ।
ପୋଲିସ ଘଟଣାର ତଦନ୍ତ କରି ଅରବିନ୍ଦଙ୍କ ସହ ତାଙ୍କ ସହଯୋଗୀକୁ ଗିରଫ କରିଛି । ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ କିଷାନ ନେତାଙ୍କ ନାଁରେ ମଧ୍ୟ ପାଲଟା ଅଭିଯୋଗ ହୋଇଛି ।
@IANS