ETV Bharat / bharat

ପାକିସ୍ତାନ-ଚୀନକୁ ଝଟକା, ଶାନ୍ତି ବଜାୟ ରଖିବାକୁ ୟୁଏନଏସସିର ପରାମର୍ଶ - ସୟଦ୍‌ ଆକବରୁଦ୍ଦିନ୍‌

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ଭାରତର  ଆଭ୍ୟନ୍ତରୀଣ ପ୍ରସଙ୍ଗ । ଏଥିରେ ଅନ୍ତରାଷ୍ଟ୍ରୀୟ ସମୁଦାୟର ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ବୈଠକ ପରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରୁଦ୍ଦିନ୍‌ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 16, 2019, 11:41 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଜମ୍ମୁ-କାଶ୍ମୀର ମାମଲାକୁ ନେଇ ହୋଇଥିବା ଅନଔପଚାରିକ ବୈଠକ ପରେ ପାକିସ୍ତାନ ଏବଂ ଚୀନ୍‌କୁ କୁ ଜୋରଦାର ଝଟକା ଲାଗିଛି । । ୟୁଏନଏସସି ବୈଠକରେ ସଦସ୍ୟ ଦେଶ ଉଭୟ ରାଷ୍ଟ୍ରରେ ଶାନ୍ତି ବଜାୟ ରଖିବାକୁ କହିଛନ୍ତି । ଏହା ସହିତ ସୀମାରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପରୁ ବର୍ତିବାକୁ କୁହାଯାଇଛି । ୟୁଏନଏସସି ମଧ୍ୟ ଏହାକୁ ଭାରତ-ପାକିସ୍ତାନର ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହିଛି ।

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । କାଶ୍ମୀର ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ସମୁଦାୟର ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ବୈଠକ ପରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରୁଦ୍ଦିନ୍‌ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

ଆକବରୁଦ୍ଦିନ୍‌ କହିଛନ୍ତି, କାଶ୍ମୀର ସମସ୍ୟା ଭାରତର ଆଭ୍ୟନ୍ତରୀଣ ମାମଲା । ଏହି ସମସ୍ୟାର ସମାଧାନ କିଭଳି କରାଯିବ ତାହା ମଧ୍ୟ ଭାରତ ନିଷ୍ପତ୍ତି ନେବ । ସରକାର କଶ୍ମୀରରୁ ଧୀରେ ଧୀରେ କଟକଣା ହଟାଉଛନ୍ତି ଏବଂ ସରକାର ସେଠାରେ ସ୍ଥିତି ସ୍ବଭାବିକ କରାଇବାକୁ ପ୍ରତିଶ୍ରୁତିବଦ୍ଧ।

ସେ ଆହୁରି କହିଛନ୍ତି ଯେ, କିଛି ଲୋକ କାଶ୍ମୀରରେ ଅଶାନ୍ତି ଏବଂ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଭାରତ କାଶ୍ମୀରରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି । କିଛି ଲୋକ ଜିହାଦ ନାମରେ କାଶ୍ମୀରରେ ଆତଙ୍କବାଦ ଏବଂ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି । ଆମେ ଏଭଳି ହେବାକୁ ଦେବୁନାହିଁ । ପାକିସ୍ତାନ ସହ କାଶ୍ମୀର ଏବଂ ଅନ୍ୟାନ୍ୟ ସମସ୍ୟା କେବଳ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ । କିନ୍ତୁ ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ନ ରୋକିଛି ସେ ପର୍ଯ୍ୟନ୍ତ ପାକିସ୍ତାନ ସହ ଆଲୋଚନା ହୋଇ ପାରିବ ନାହିଁ ବୋଲି ଆକବରୁଦ୍ଦିନ୍‌ କହିଛନ୍ତି। ଆମେ ଏବେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୨ରେ ହୋଇଥିବା ଶିମଲା ରାଜିନାମାକୁ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଏହା ସହିତ ପାକିସ୍ତାନ ମଧ୍ୟ ଏହା ଉପରେ ଅଟଳ ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଆକବରୁଦ୍ଦିନ୍‌।

ସୂଚନାଯୋଗ୍ୟ ଯେ, କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବୈଠକ କରିବାକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦକୁ ଚିଠି ଲେଖି ଦାବି କରିଥିଲା। ଯାହାକୁ ସମର୍ଥନ କରି ଚୀନ ମଧ୍ୟ ସୁରକ୍ଷା ପରିଷଦରେ ଏହି ଦାବି କରିଥିଲା। ଫଳରେ ଆଜି ସୁରକ୍ଷା ପରିଷଦର ରୁଦ୍ଧଦ୍ଵାର ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ୟୁଏନଏସସିର କାଶ୍ମୀର ପ୍ରସଙ୍ଗକୁ ନେଇ ରୁଷ ଭାରତ ପକ୍ଷରେ ନଜର ଆସିଥିବା ବେଳେ ଚୀନ ପାକିସ୍ତାନ ସ୍ଵରରେ ସ୍ଵର ମିଳାଇଛି। ସେପଟେ ରୁଷ ଭାରତକୁ ସମର୍ଥନ କରି ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହିଥିଲା। ତେବେ ୟୁଏନଏସସିର ଏହି ବୈଠକରେ ଚୀନ ବ୍ୟତୀତ ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରି ନଥିଲେ।

Intro:Body:

jammu and kashmir congress spokeperson Ravindra Sharma arrested by police during press conference in party office at shaheed chowk, jammu

more details awaited 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.