ଲକ୍ଷ୍ନୌ: ଦିନକୁ ଦିନ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରେ ଲାଗିଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ନେଇ କହିଛନ୍ତି କେଜିଏମୟୁ ଡାକ୍ତର । ପୀଡିତାଙ୍କ ଶରୀର ମଧ୍ୟରେ ରକ୍ତସ୍ରାବ ହେବା ସହ ଫୁସଫୁସ୍ରେ ପ୍ରାୟ 150 ଏମଏଲ ରକ୍ତ ଜମାଟ ବାନ୍ଧିଛି ।
ଏପଟେ ଦୁର୍ଘଟଣା ଯୋଗୁଁ ତାଙ୍କ ଶରୀର ପ୍ରାୟ ଅଢେଇ ଲିଟର ରକ୍ତସ୍ରାବ ହୋଇଥିବାରୁ 4 ୟୁନିଟ ପ୍ଲାଜମା ଓ 2 ୟୁନିଟ୍ ପ୍ଲେଟଲେଟ୍ସ ଦିଆଯାଇଛି । ଅନ୍ୟପଟେ ପୀଡିତାଙ୍କୁ ଚେତା ଫେରାଇ ଆଣିବାକୁ ଡାକ୍ତର ଉଦ୍ୟମ ଜାରି ରଖିଛନ୍ତି । ତାଙ୍କୁ ଖୁବ ଶିଘ୍ର ସୁସ୍ଥ କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଆପ୍ରାଣ ଚେଷ୍ଟା କରୁଛନ୍ତି ।