ETV Bharat / bharat

ଦୁର୍ଘଟଣା ପୂର୍ବରୁ ସିଜେଆଇଙ୍କୁ ଚିଠି ଲେଖିଥିଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ମାଆ

author img

By

Published : Jul 30, 2019, 2:31 PM IST

ଦୁର୍ଘଟଣା ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ ଉନ୍ନାଓ ପୀଡିତାଙ୍କ ମାଆ । ଯେଉଁଥିରେ ବିଧାୟକଙ୍କ ସମେତ ତାଙ୍କ ସହଯୋଗୀଙ୍କ ଦ୍ବାରା ଦିଆଯାଉଥିବା ଧମକ ବିଷୟରେ ଉଲ୍ଲେଖ ରହିଥିଲା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ସହ ସଡକ ଦୁର୍ଘଟଣା ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣା ପୂର୍ବରୁ ଇ-ମେଲ ଜରିଆରେ ଦୁଷ୍କର୍ମ ପୀଡିତାଙ୍କ ମାଆଙ୍କ ଏକ ଚିଠି ଲେଖିଥିବା ମାମଲା ସାମନାକୁ ଆସିଛି । ଉକ୍ତ ଚିଠିକୁ ସେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ପଠାଇଥିଲେ । ଯେଉଁଥିରେ ବିଧାୟକଙ୍କ ସମେତ ତାଙ୍କ ସହଯୋଗୀଙ୍କ ଦ୍ବାରା ଦିଆଯାଉଥିବା ଧମକ ବିଷୟରେ ଉଲ୍ଲେଖ ରହିଥିଲା । ଗତ ଜୁଲାଇ ମାସ 12 ତାରିଖରେ ପୀଡିତାଙ୍କ ମାଆ ଏହି ଚିଠି ଲେଖିଥିଲେ ।

ସୂଚନାନୁସାରେ ଅଭିଯୁକ୍ତ ଶଶି ସିଂହଙ୍କ ପୁଅ ନବୀନ ସିଂହ, ବିଧାୟକ କୁଳଦୀପ ସିଂହ ସେନଗାରଙ୍କ ଭାଇ ମନେଜାତ ସେନଗାର, କୁନ୍ନୁ ମିଶ୍ରା ଏବଂ 2 ଜଣ ଅଜଣା ବ୍ୟକ୍ତି ଘରକୁ ଆସି ଧମକ ଦେଇଥିବା ଉଲ୍ଲେଖ ରହିଛି । ଯଦି ସେମାନଙ୍କ ସହ ସମାଧାନ ନକରନ୍ତି, ତାହେଲେ ନକଲି ମାମଲା ରୁଜୁ କରି ସମସ୍ତଙ୍କୁ ଜେଲ ପଠାଇବାକୁ ଧମକ ମିଳିଥିଲା । ଏଥିସହିତ ପୀଡିତାଙ୍କ ପରିବାର ମାମଲାରେ ଏଫଆଇଆର ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ନିବେଦନ ହୋଇଥିଲା ।

ପୀଡିତାଙ୍କ ପରିବାର ପକ୍ଷରୁ ଏହି ପତ୍ର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି, ଆହ୍ଲାବାଦ ହାଇକୋର୍ଟର ଚିଫ୍ ଜଷ୍ଟିସ, ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକ, ଲକ୍ଷ୍ନୌ ସିବିଆଇ ପ୍ରମୁଖ ଏବଂ ଉନ୍ନାଓ ପୋଲିସ ଅଧୀକ୍ଷକଙ୍କୁ ଏହି ଚିଠି ପଠାଯାଇଥିଲା ।

Unnao rape victim mother wrote letter
ଫଟୋ ସୌଜନ୍ୟ :ଏଏନଆଇ @ଟ୍ବିଟର

ସୂଚନାରହିଛି ଯେ, ପୀଡିତାର ଦାଦା ରାୟବରେଲୀ ଜେଲରେ କଏଦୀ ଅଛନ୍ତି । ତାଙ୍କ ଉପରେ ବିଧାୟକଙ୍କ ଭାଇ ଉପରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ରହିଛି । ରବିବାର ଦିନ ପୀଡିତା ନିଜ ଦାଦାଙ୍କୁ ଭେଟି ଖୁଡି, ମାଉସୀ ଏବଂ ଓକିଲ ସହ ଉନ୍ନାଓ ଫେରୁଥିଲେ । ଏହି ସମୟରେ ରାଏବରେଲୀ ଠାରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ କାର୍‌ ଉପରେ ଚଢିଯାଇଥିଲା । ଦୁର୍ଘଟଣାରେ ପୀଡିତାଙ୍କ ଖୁଡି ଏବଂ ମାଉସୀର ମୃତ୍ୟୁ ହୋଇଥିବାବେଳେ ପୀଡିତା ଏବଂ ତାଙ୍କ ଓକିଲ ମହେନ୍ଦ୍ର ପ୍ରତାପ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ସଡକ ଦୁର୍ଘଟଣା ପଛରେ କୁଲଦୀପ ସେନଗାରଙ୍କ ହାତ ଥିବା ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.