ETV Bharat / bharat

ଉନ୍ନାଓ ଗଣଦୁଷ୍କର୍ମ ମାମଲା: 20କୁ ଘୁଞ୍ଚିଲା କୁଲଦୀପଙ୍କ ଦଣ୍ଡବିଧାନ ଶୁଣାଣି

author img

By

Published : Dec 17, 2019, 2:50 PM IST

Updated : Dec 17, 2019, 5:14 PM IST

ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂଙ୍କ ଦଣ୍ଡବିଧାନ ଶୁଣାଣିକୁ 20 ତାରିଖକୁ ଶୁଣାଣି ଘୁଞ୍ଚାଇଛନ୍ତି କୋର୍ଟ । ସେନ୍‌ଗାରଙ୍କୁ ସୋମବାର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

Unnao rape case
Unnao rape case

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଡ଼ିସେମ୍ବର 20କୁ ରାୟ ସଂରକ୍ଷିତ ରଖିଲେ କୋର୍ଟ । ବହୁଚର୍ଚ୍ଚିତ ୨୦୧୭ର ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ସୋମବାର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜି କୋର୍ଟ ଦଣ୍ଡବିଧାନ କରିବାକୁ ଥିବାବେଳେ 20 ତାରିଖକୁ ଶୁଣାଣି ଘୁଞ୍ଚାଇଛନ୍ତି ।

ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ଏହାର ରାୟ ପ୍ରକାଶ କରିବେ ବୋଲି ଜଣାପଡିଛି । ମଙ୍ଗଳବାର ଦଣ୍ଡକୁ ନେଇ ଦୁଇପକ୍ଷଙ୍କ କଥା ଶୁଣିବା ପରେ କୋର୍ଟ ଏହାକୁ ସଂରକ୍ଷିତ ରଖିଛନ୍ତି । କୁଲଦୀପଙ୍କୁ ଆଜୀବନ କାରାଦଣ୍ଡ ହେବାକୁ ନେଇ କୋର୍ଟରେ ଦାବି କରିଛି ସିବିଆଇ ।

ଆଇନ୍‌ ଅନୁଯାୟୀ ସେନ୍‌ଗାରଙ୍କୁ ଆଜୀବନ ଜେଲଦଣ୍ଡ ହୋଇପାରେ । ଅନ୍ୟପଟେ ପୀଡିତାଙ୍କ ଓକିଲ ଦୋଷୀ ସେନ୍‌ଗାରଙ୍କୁ ସର୍ବାଧିକ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି । ସୂଚନା ଅନୁଯାୟୀ କୁଲଦୀପ ସିଂ ବିଜେପିର ପୂର୍ବତନ ବିଧାୟକ ରହିଥିଲେ । ଏହି ଘଟଣା ପରେ ଦଳରୁ ତାଙ୍କୁ ବହିଷ୍କାର କରାଯାଇଛି ।

Intro:Body:

testing

Conclusion:
Last Updated : Dec 17, 2019, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.