ETV Bharat / bharat

ଉନ୍ନାଓ ଗଣଦୁଷ୍କର୍ମ: ପୀଡିତା ପିତାଙ୍କ ହତ୍ୟା ମାମଲାରେ କୁଳଦୀପଙ୍କୁ 10 ବର୍ଷ କାରାଦଣ୍ଡ

author img

By

Published : Mar 13, 2020, 1:25 PM IST

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବାପାଙ୍କ ହତ୍ୟା ମାମଲାରେ ବିଜେପିର ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କୁ 10 ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ତୀସ ହଜାରି କୋର୍ଟ । ପୂର୍ବରୁ ପୀଡିତାଙ୍କ ସହ ଗଣ ଦୁଷ୍କର୍ମ ଘଟଣାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇସାରିଛନ୍ତି କୁଳଦୀପ । ଅଧିକ ପଢନ୍ତୁ...

ଉନ୍ନାଓ ଗଣଦୁଷ୍କର୍ମ: ପୀଡିତାଙ୍କ ବାପାଙ୍କ ହତ୍ୟା ମାମଲାରେ କୁଳଦୀପ ସେଙ୍ଗରଙ୍କୁ 10 ବର୍ଷ କାରଦଣ୍ଡ

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବାପାଙ୍କ ହତ୍ୟା ମାମଲାରେ ବିଜେପିର ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ସମେତ 7 ଦୋଷୀଙ୍କୁ 10 ବର୍ଷ କାରାଦଣ୍ଡାଦେଶ । ଦିଲ୍ଲୀର ତୀସ ହଜାରୀ କୋର୍ଟ ମାମଲାର ଶୁଣାଣି କରି ସେଙ୍ଗରଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ହତ୍ୟାକାଣ୍ଡ ପାଇଁ ଷଡଯନ୍ତ୍ର ରଚିବା ବିରୋଧରେ ଏହି କୋର୍ଟ ଏହି ରାୟ ଶୁଣାଇବା ସହ ସମସ୍ତ ଦୋଷୀଙ୍କ ଉପରେ 10 ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି ।

ସିବିଆଇ ଏହି ମାମଲାରେ ଦୋଷୀଙ୍କୁ ଅଧିକତମ ଦଣ୍ଡାଦେଶର ଅନୁରୋଧ କରିଥିଲା । ଏହା ପୂର୍ବରୁ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସିବିଆଇର ସ୍ବତନ୍ତ୍ର ଅଦାଲତ ବିଜେପିରୁ ବହିଷ୍କୃତ ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ଦ୍ବିତୀୟ ଏତଲା ଥିଲା, ଯେଉଁଥିରେ କୋର୍ଟ ଶୁକ୍ରବାର ଏହାର ରାୟ ଶୁଣାଇଛନ୍ତି ।

କାହାକୁ ମିଳିଲା ଦଣ୍ଡ

ଏହି ମାମଲାରେ ତୀସ ହଜାରୀ କୋର୍ଟ 11 ଅଭିଯୁକ୍ତଙ୍କ ମଧ୍ୟରୁ 4 ଜଣଙ୍କୁ ଦୋଷମୁକ୍ତ କରିଦେଇଥିଲେ । ହେଲେ କୁଳଦୀପ ସେଙ୍ଗରଙ୍କ ସମେତ 7 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କୁଳଦୀପ ସେଙ୍ଗର, ଏସଆଇ କାମତା ପ୍ରସାଦ, ଏସଏଚଓ ଅଶୋକ ସିଂହ ଭଦୋରିଆ, ବିନୟ ମିଶ୍ର, ବିରେନ୍ଦ୍ର ସିଂହ, ଶଶୀ ପ୍ରସାଦ ସିଂହ, ଜୟଦୀପ ସିଂହଙ୍କ ନାଁ ସାମିଲ ରହିଛି । ସମସ୍ତ 7 ଦୋଷୀଙ୍କୁ 10 ବର୍ଷର କାରଦଣ୍ଡାଦେଶ ମିଳିଛି ।

କଣ ଥିଲା ଘଟଣା

ପୀଡିତାଙ୍କ ପିତା ତାଙ୍କର ଜଣେ ସାଥୀଙ୍କ ସହ ଗାଁକୁ ଫେରୁଥିଲେ ଏବଂ ସେହି ସମୟରେ ଶଶି ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କଠାରୁ ଲିଫ୍ଟ ମାଗିଥିଲେ, କିନ୍ତୁ ସେ ମନା କରିଦେଇଥିଲେ, ଯାହା ପରେ ଉଭୟ ପକ୍ଷ ବିବାଦ ମଧ୍ୟରେ ବିବାଦ ହୋଇଥିଲା । ଏହା ପରେ ସିଂ ତାଙ୍କ ଭାଇ ଅତୁଲଙ୍କ ସମେତ ତାଙ୍କ ସାଥୀମାନଙ୍କୁ ଡାକିଥିଲେ।

ଏମାନେ ସମସ୍ତ ପୀଡିତାଙ୍କ ବାପାଙ୍କୁ ମାରପିଟ କରିବା ସହ ଏହା ଗୁରୁତର ଆହତ ଆବସ୍ଥାରେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ପୋଲିସ ଷ୍ଟେସନକୁ ନିଆଯାଇଥିଲେ । 2 ଦିନ ପରେ ପୀଡିତାଙ୍କ ବାପାଙ୍କ ପୋଲିସ ହେପାଜତରେ ମୃତ୍ୟୁ ହୋଇଯାଇଥିଲା ।

ଏବେ 2ଟି ମାମଲାର ରାୟ ଆସିବା ବାକି ରହିଛି

ବର୍ତ୍ତମାନ କାର ଦୁର୍ଘଟଣାରେ ପୀଡିତାଙ୍କ ପରିବାରର ମୃତ୍ୟୁ ସହ ଜଡିତ ଦୁଇଟି ଏଫ୍ଆଇଆର୍ ଉପରେ କୋର୍ଟଙ୍କ ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସିନାହିଁ। ଏହାପୂର୍ବରୁ ତୀସ ହାଜାରୀ କୋର୍ଟ କୁଲଦୀପ ସେଙ୍ଗରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି 20 ଡିସେମ୍ବର 2019ରେ ଏହି ଦଣ୍ଡ ଘୋଷଣା କରିଥିଲେ କୋର୍ଟ। ଏହା ସହିତ ସେଙ୍ଗରଙ୍କ ଉପରେ 25 ଲକ୍ଷ ଟଙ୍କା ଜୋରିମାନା ଲଗାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.