ETV Bharat / bharat

ଖୋଲିବ ସପିଂମଲ, ଜାଣନ୍ତୁ କଣ ରହିଛି ଗାଇଡଲାଇନ - ସପିଂ ମଲ

ଅନଲକ 1.0 ଅଧିନରେ ଜୁନ୍ 8ରୁ ସପିଂମଲ୍ ଖୋଲିବ । ତେବେ ସପିଂମଲ ପାଇଁ କଣ କଣ ରହିଛି ନୂଆ ଗାଇଡଲାଇନ ଜାଣନ୍ତୁ ।

shoping mall guideline
ଖୋଲିବ ସପିଙ୍ଗ୍ ମଲ
author img

By

Published : Jun 5, 2020, 2:38 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ପାଇଁ 2 ମାସରୁ ଅଧିକ ଦିନ ଧରି ଲକଡାଉନ ପରେ ଚଳିତ ମାସ ପହିଲାରୁ ଅନଲକ-1 ଜାରି ହୋଇଛି । ଏହି ଅନଲକ-1 ଅଧିନରେ ଜୁନ୍ 8ରୁ ସପିଂମଲ୍ ଖୋଲିବ । ତେବେ ସପିଂମଲ ପାଇଁ କଣ କଣ ରହିଛି ନୂଆ ଗାଇଡଲାଇନ ଜାଣନ୍ତୁ ।

- ପ୍ରବେଶ ଦ୍ୱାରରେ ଶରୀରର ତାପମାତ୍ରା ଯାଞ୍ଚ କରାଯିବ ।

- ପ୍ରବେଶ ଦ୍ବାରରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜର ସୁବିଧା ମିଳିବ ।

- ମାସ୍କ ପିନ୍ଧିଥିବା ଲୋକ ହିଁ ମଲ ଭିତରକୁ ପ୍ରବେଶ କରିପାରିବେ ।

-କୌଣସି ଲକ୍ଷଣ ନଥିବା ଲୋକଙ୍କୁ ହିଁ ମଲ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ।

-ପ୍ରବେଶ ଦ୍ୱାର ଏବଂ ମଲ୍ ଭିତରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅତି କମରେ 6 ଫୁଟ ଦୂରତା ରହିବ ।

- ମଲ ମଧ୍ୟକୁ ଲୋକଙ୍କୁ ବ୍ୟବସ୍ଥିତ ଢଙ୍ଗରେ ପ୍ରବେଶ କରାଯିବ । ସେଥିପାଇଁ ମଲ୍ ପ୍ରଶାସନକୁ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ନିୟୋଜିତ କରିବାକୁ ପଡିବ । ଯାହା ଦ୍ବାରା ସାମାଜିକ ଦୂରତା ପାଳନ କରାଯାଇପାରିବ ।

-ମଲର ପାର୍କିଂ ସ୍ଥାନ, ବାହାର ପରିସରରେ ଭିଡ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

-ଲିଫ୍ଟରେ ସୀମିତ ସଂଖ୍ୟକ ଲୋକ ରହିବେ ।

- ଏୟାର କଣ୍ଡିସିନର 24-30 ଡିଗ୍ରୀ ଏବଂ ହ୍ୟୁମିଡିଟି 40-70% ରହିବ ।

- ମଲରେ ଖାଇବା ପାଇଁ ସାମାଜିକ ଦୂରତା ଏବଂ ଅନ୍ୟ ନିୟମ ପାଳନ କରିବାକୁ ପଡିବ ।

-ମଲରେ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଅଡିଓ ଏବଂ ଭିଡିଓ ମାଧ୍ୟମରେ ସଚେତନ କରାଯିବ ।

- ହୋମ ଡେଲିଭରି କର୍ମଚାରୀଙ୍କୁ ଅନୁମତି ଦେବା ଏବଂ ସାମଗ୍ରୀ ହସ୍ତାନ୍ତର କରିବା ପୂର୍ବରୁ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ପଡିବ ।

ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କ ପାଇଁ ନିର୍ଦ୍ଦେଶାବଳୀ

- ବୃଦ୍ଧ, ଗର୍ଭବତୀ ମହିଳା ଏବଂ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ଥିବା ସମସ୍ତ କର୍ମଚାରୀଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ସେମାନଙ୍କୁ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗରୁ ଦୂରେଇ ରହିବାକୁ ପଡିବ ।

-65 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, 10 ବର୍ଷରୁ କମ୍ ପିଲା ଏବଂ ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ।

-ମଲରେ ସିନେମା ହଲ୍, ଗେମିଙ୍ଗ୍ ଜୋନ୍ ଏବଂ ପିଲାମାନଙ୍କ ଖେଳ ସ୍ଥାନ ବନ୍ଦ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.