ନୂଆଦିଲ୍ଲୀ: କୋରୋନା କାଳରେ ସମାଜରେ ସାମ୍ପ୍ରଦାୟିକ ସଦଭାବନା ପ୍ରତିଷ୍ଠାର ଅନନ୍ୟ ଉଦାହରଣ । ସବୁ ଧର୍ମକୁ ସମ୍ମାନ କରୁଥିବା ଦେଶ ଭାରତବର୍ଷ । ଏଭଳି ବିକଟ ପରିସ୍ଥିତିରେ ଜାତି, ଧର୍ମ ଭୁଲି ସେବା କରିଚାଲିଛନ୍ତି କୋରୋନା ଯୋଦ୍ଧା । ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ଶିଖ ସମ୍ପ୍ରଦାୟର ଏକ ସଂଗଠନ 'ୟୁନାଇଟେଡ୍ ଶିଖ୍' ଜାମା ମସଜିଦରେ ପହଞ୍ଚି ସମଗ୍ର ମସଜିଦର ସାନିଟାଇଜେସନ ବ୍ୟବସ୍ଥା କରିଛନ୍ତି । ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ଧାର୍ମିକ ସମନ୍ବୟ ବୃଦ୍ଧି ପାଇଁ ସେମାନେ ସମସ୍ତ ଧାର୍ମିକ ସ୍ଥାନ ପରିଦର୍ଶନ କରି ପରିମଳ ବ୍ୟବସ୍ଥା କରୁଛନ୍ତି।
ସଂଗଠନ ଶନିବାର ଜାମା ମସଜିଦର ପରିମଳ ବ୍ୟବସ୍ଥା କରିଥିଲା । ସଂଗଠନ ସଦସ୍ୟ କହିଛନ୍ତି ଯେ, କେବଳ ଜାମା ମସଜିଦରେ ନୁହେଁ, ଚର୍ଚ୍ଚ ଏବଂ ମନ୍ଦିରରେ ମଧ୍ୟ ପରିମଳ ବ୍ୟବସ୍ଥା ସେମାନେ କରିଛନ୍ତି । ସାନିଟାଇଜେସନ୍ କରିବା ଆମ ପାଇଁ 50 ରୁ 60 ଦିନ ହୋଇଗଲାଣି ଏବଂ ଆଜି ଆମେ ଦିଲ୍ଲୀର ଦୁଇଟି ମନ୍ଦିର ମଧ୍ୟ ପରିଦର୍ଶନ କରି ସାନିଟାଇଜ କରିଛୁ ବୋଲି ସେ କହିଛନ୍ତି ।
ଦିଲ୍ଲୀର ଜାମା ମସଜିଦର ଶାହି ଇମାମ ଅହମ୍ମଦ ବୁଖାରୀ କହିଛନ୍ତି, ଦେଶରେ ଏହା ହେଉଛି ଆବଶ୍ୟକତା ଯେ ଲୋକମାନେ ପରସ୍ପରକୁ ସହଯୋଗ କରିବା ଉଚିତ୍ । ଶିଖ ସମ୍ପ୍ରଦାୟ ଯେପରି ଜାମା ମସଜିଦକୁ ପରିଷ୍କାର କରିଥିଲେ, ତାହା ହେଉଛି ଏହି ଦେଶର ଭାଇଚାରା । କୋରୋନା ଭାଇରସ୍ ସେହି ସମୟରେ ହିନ୍ଦୁ-ମୁସଲମାନ-ଶିଖ-ଖ୍ରୀଷ୍ଟିଆନଙ୍କୁ ସାହାଯ୍ୟ କରିବା ଅତ୍ୟନ୍ତ ଜରୁରୀ ।
ସୂଚନା ଯେ, କୋରୋନା ବିରୁଦ୍ଧରେ ଯୁଦ୍ଧରେଦେଶରେ ବର୍ତ୍ତମାନ ସମସ୍ତ ଧାର୍ମିକସ୍ଥଳ ବନ୍ଦ ରହିଛି।
@IANS