ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦର ଆତଙ୍କୀ ସଂଗଠନର ମୁଖ୍ୟ ମାସୁଦ ଅଜହରକୁ ବିଶ୍ବ ଆତଙ୍କୀ ଘୋଷଣା ପାଇଁ ଆଶା ପ୍ରକଟ କରିଛି ବିଟ୍ରେନ । ବ୍ରିଟିଶ ଉଚ୍ଚାୟୁକ୍ତ ସର ଡୋମିନିକ୍ ଏସକିଥ୍ ଶୁକ୍ରବାର କହିଛନ୍ତି ଆମକୁ ଆଶା ଅଛି ଖୁବ୍ ଶୀଘ୍ର ମାସୁଦକୁ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବ ଆତଙ୍କୀ ଘୋଷଣା କରିବ ।
ପୁଲୱାମା ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ମାସୁଦକୁ ବିଶ୍ବ ଆତଙ୍କୀ ଘୋଷଣା କରିବା ପାଇଁ ସାରା ବିଶ୍ବ ତତ୍ପରତା ପ୍ରକାଶ କରିଥିଲା । ହେଲେ ଚୀନର ହସ୍ତକ୍ଷେପ ଯୋଗୁଁ ମାସୁଦକୁ ବିଶ୍ବ ଆତଙ୍କୀ ଘୋଷଣା କରାଯାଇ ନଥିଲା । ଏନେଇ ବ୍ରିଟେନ ପକ୍ଷରୁ କୁହାଯାଇଛି, ଆମ ଦେଶ ଭାରତ ସହ ସମ୍ପର୍କକୁ ଦୃଢ କରିବାକୁ ଚାହୁଁଛି । ଆମେ ମାଗଣା ବ୍ୟାପାର ଚୁକ୍ତି କରିବାକୁ ମଧ୍ୟ ଇଚ୍ଛୁକ ଅଛୁ ।