ETV Bharat / bharat

ୟୁନିଟେକ୍ ପ୍ରୋମୋଟର ସଞ୍ଜୟ ଚନ୍ଦ୍ରଙ୍କୁ ମିଳିଲା ଆନ୍ତରୀଣ ଜାମିନ - sanjay chandra grant bails from SC

ୟୁନିଟେକ୍ ପ୍ରମୋଟର ସଞ୍ଜୟ ଚନ୍ଦ୍ରଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସଞ୍ଜୟ ଚନ୍ଦ୍ରଙ୍କ ପିତାମାତା କୋରୋନା ପଜିଟିଭ ଥିବା କାରଣରୁ ସଞ୍ଜୟଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ୟୁନିଟେକ୍ ପ୍ରୋମୋଟର ସଞ୍ଜୟ ଚନ୍ଦ୍ର
ୟୁନିଟେକ୍ ପ୍ରୋମୋଟର ସଞ୍ଜୟ ଚନ୍ଦ୍ର
author img

By

Published : Jul 7, 2020, 5:09 PM IST

ନୂଆଦିଲ୍ଲୀ: ୟୁନିଟେକ୍ ପ୍ରମୋଟର ସଞ୍ଜୟ ଚନ୍ଦ୍ରଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସଞ୍ଜୟ ଚନ୍ଦ୍ରଙ୍କ ପିତାମାତା କୋରୋନା ପଜିଟିଭ ଥିବା କାରଣରୁ ସଞ୍ଜୟଙ୍କୁ ଜାମିନ ପ୍ରଦାନ କରାଯାଇଛି । ଗୃହ କ୍ରୟ ମାମଲାରେ ସେ 3 ବର୍ଷ ଜେଲରେ ଅଛନ୍ତି।

ପ୍ରକାଶଥାଉକି, ୟୁନିଟେକ୍ ମ୍ୟାନେଜିଂ ଡାଇରେକ୍ଟର ସଞ୍ଜୟ ଚନ୍ଦ୍ରଙ୍କ ସମେତ 2 ଜଣଙ୍କୁ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EOW) ଦ୍ବାରା 1 ଏପ୍ରିଲ 2017 ରେ ଗିରଫ କରାଯାଇଥିଲା । ଗୋଟିଏ ପ୍ରକଳ୍ପର ଟଙ୍କା ଅନ୍ୟ କମ୍ପାନୀରେ ବିନିଯୋଗ ହୋଇଥିବା ଅଭିଯୋଗ ହୋଇଥିଲା। ଗୋଟିଏ କମ୍ପାନୀରୁ ଅନ୍ୟ କମ୍ପାନୀକୁ ବିନିଯୋଗ ହେବା ପରେ ସେହି ଟଙ୍କା ବିଦେଶକୁ ପଠାଯାଇଥିଲା ।

ପ୍ରକାଶଥାଉକି, ପ୍ରାୟ 29,800 ଲୋକ ୟୁନିଟେକ୍ କମ୍ପାନୀରେ ପ୍ରାୟ 14,270 କୋଟି ଟଙ୍କା ଜମା କରିଥିଲେ । ଏଥିସହ ପ୍ରକଳ୍ପ ନାଁ ରେ କେବଳ 40 ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଇଥିବା ବେଳେ 60 ପ୍ରତିଶଥ ଅର୍ଥ ହେରଫେର ଅଭିଯୋଗ ହୋଇିଥିଲା । କେବଳ ଏତିକି ନୁହେଁ 2007 ରୁ 2010 ମଧ୍ୟରେ ଟ୍ୟାକ୍ସ ଜମା କରିନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାପରେ ସୁପ୍ରିମକୋର୍ଟ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରି ୟୁନିଟେକ୍ ଲିମିଟେଡର ପ୍ରମୋଟରଙ୍କ ବିରୋଧରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ୟୁନିଟେକକୁ ଟେକଓଭର କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଥିଲେ । ଏହାପରେ ଆଇଏଏସ ଅଧିକାରୀ ଯୁଦ୍ଧବୀର ସିଂ ଏହାର ମାଲିକ ଅଛନ୍ତି । ଏହି କମ୍ପାନୀରେ ଅଟକି ପଡିଥିବା ପ୍ରୋଜେକ୍ଟ ବର୍ତ୍ତମାନ ଦ୍ରୁତ ଗତିରେ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.