ETV Bharat / bharat

ହରଦା ଋଦ୍ଧନାଥ ମହାଦେବ ମନ୍ଦିରକୁ ଜଗିଛନ୍ତି ନନ୍ଦି - ମଧ୍ୟପ୍ରଦେଶର ନର୍ମଦା କୂଳରେ ରହିଛି ଋଦ୍ଧନାଥ ମହାଦେବ

ମଧ୍ୟପ୍ରଦେଶର ନର୍ମଦା କୂଳରେ ରହିଛି ଋଦ୍ଧନାଥ ମହାଦେବଙ୍କ ମନ୍ଦିର । ଏହି ମନ୍ଦିରର ମୁଖ୍ୟ ଦ୍ବାର ନଥିବା ବେଳେ ସେହି ସ୍ଥାନରେ ନନ୍ଦି ରହିଥିବା ଜଣାପଡ଼େ । ସେହିପରି ଏହି ମନ୍ଦିରକୁ ରାଜା କୁବେର ନିର୍ମାଣ କରିଥିବା ଜଣାପଡ଼େ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 28, 2019, 10:28 AM IST

ଭୋପାଳ: ମଧ୍ୟପ୍ରଦେଶରେ ଏଭଳି ଅନେକ ମନ୍ଦିର ରହିଛି, ଯାହାର ଅଲୌକିକ ତଥ୍ୟ, ଗଠନ ଶୈଳୀ କିମ୍ବା ଏହାର ପୌରାଣିକ ତଥ୍ୟ ସମସ୍ତ ଦେଶବାସୀଙ୍କୁ ଚକିତ କରିଥାଏ । ସେହିଭଳି ଏକ ମନ୍ଦିର ହେଉଛି ହରଦା ଜିଲ୍ଲାରେ ଥିବା ଶିବମନ୍ଦିର । ଏହି ଶିବମନ୍ଦିରର ମୁଖ୍ୟ ଦ୍ବାର ନଥିବା ଜଣାଯାଏ । ଫଳରେ ଏହି ମନ୍ଦିର ଋଦ୍ଧନାଥ ମହାଦେବ ମନ୍ଦିର ଭାବେ ବିଖ୍ୟାତ ଲାଭ କରିଛି ।

ସେପଟେ ଏହି ମନ୍ଦିରର ମୁଖ୍ୟଦାର ନିକଟରେ ଖୋଦ ନନ୍ଦି ଜଗି ବସିଛନ୍ତି । ଏହା ସହିତ ସେ ଏହି ମନ୍ଦିରର ସୁରକ୍ଷା କରୁଥିବା ମଧ୍ୟ ପୌରାଣିକ ତଥ୍ୟରୁ ଜଣାପଡ଼େ । ତେବେ ଏହି ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ଉତ୍ତର ଏବଂ ଦକ୍ଷିଣ ଦିଗରେ ରାସ୍ତା ରହିଛି । ଏହି ମନ୍ଦିରରେ 5 ଜଣ ପୂଜକ ସର୍ବଦା ମହାଦେବଙ୍କ ପୂଜାର୍ଚ୍ଚନା କରିବା ସହିତ ଜଳାଭିଷେକ କରିଥାନ୍ତି ।

ଏହି ମନ୍ଦିରରେ ଦୀପାବଳି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ନର୍ମଦା ନଦୀ କୂଳରେ ଏହି ମନ୍ଦିର ଥିବାରୁ ଶ୍ରଦ୍ଧାଳୁମାନେ ନର୍ମଦାରେ ବୁଡ଼ ପକାଇ ମହାଦେବଙ୍କ ପୂଜାର୍ଚ୍ଚନା କରିଥାନ୍ତି । ସେପଟେ ଏହି ମନ୍ଦିରର ମରାମତି କାର୍ଯ୍ୟ 1623 ମସହାରେ ହୋଇଥିବା ଜଣାପଡିଛି ।

ଭୌଗୋଳିକ ଦୃଷ୍ଟିକୋଣରୁ ହରଦା ଜିଲ୍ଲାର ମୁଖ୍ୟାଳୟ ଠାରୁ 20 କିମି ଦୂର ହାଣ୍ଡିଆ ଗ୍ରାମରେ ଅବସ୍ଥିତ । ତେବେ ପୌରାଣିକ ତଥ୍ୟ ଅନୁଯାୟୀ ନର୍ମଦା ନଦୀ କୂଳରେ ଏହି ମନ୍ଦିରକୁ ରାଜା କୁବେର ନିର୍ମାଣ କରିଥିବା ଜଣାପଡ଼େ । ରାବଣ ରାଜା କୁବେରଙ୍କ ଠାରୁ ତାଙ୍କ ରାଜ୍ୟ ଅଳକାପୁରୀକୁ ଛଡ଼ାଇ ନେଇଥିଲେ । ପୁନର୍ବାର ନିଜ ରାଜ୍ୟ ଫେରିପାଇବା ପାଇଁ ସେ ନର୍ମଦା ନଦୀ କୂଳରେ ଧ୍ୟାନ କରିଥିଲେ । ମହାଦେବଙ୍କୁ ସ୍ମରଣ କରି କଠୋର ତପସ୍ୟା କରିଥିଲେ ରାଜା କୁବେର ।

ତାଙ୍କ ଧ୍ୟାନରେ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ସ୍ବପ୍ନାଦେଶ ହୋଇଥିଲେ । ନର୍ମଦା ନଦୀ କୂଳରେ ପୁନର୍ବାର ନିଜ ରାଜ୍ୟ ତୋଳିବାକୁ କହିଥିଲେ । ମହାଦେବଙ୍କ ସ୍ବପ୍ନାଦେଶ ପରେ ସେ ନଦୀର ଦକ୍ଷିଣ କୂଳରେ ଏହି ମନ୍ଦିର ନିର୍ମାଣ କରିଥିବା ଜଣାପଡ଼େ ।
ରାଜା କୁବେର ଭଗବାନ ଶିବଙ୍କୁ ଏଠାରୁ ଋଦ୍ଧନାଥ ବେଶରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଯାହାର ଉଲ୍ଲେଖ ହୋଶଙ୍ଗାବାଦର ଗେଜଟିୟରରେ ମଧ୍ୟ ଉଲ୍ଲେଖ ଥିବା ଜଣାପଡ଼େ ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.