ETV Bharat / bharat

ବିକାଶ ସହ ନିର୍ବାଚନ ! ପୂର୍ବରୁ ଦକ୍ଷିଣ ଯାଏଁ ବଡ ଘୋଷଣା, ଫୋକସରେ ତାମିଲନାଡୁ-ପଶ୍ଚିମବଙ୍ଗ

author img

By

Published : Feb 1, 2021, 6:11 PM IST

ଅର୍ଥମନ୍ତ୍ରୀଙ୍କ ଘୋଷଣା ତାମିଲନାଡୁରେ ଜାତୀୟ ରାଜପଥ ପ୍ରକଳ୍ପରେ 10.3 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ଅର୍ଥନୈତିକ କରିଡର ନିର୍ମାଣ ହେବ । କେରଳରେ 11 ଶହ କିମିର ଲମ୍ବା ଜାତୀୟ ରାଜପଥ ନିର୍ମାଣ ହେବ । ଖର୍ଚ୍ଚ ହେବ 65 ହଜାର କୋଟି ଟଙ୍କା । ଏହାବାଦ ମୁମ୍ବାଇ-କନ୍ୟାକୁମାରୀ ଅର୍ଥନୈତିକ କରିଡର ନିର୍ମାଣ ହେବ । ଏହି ପ୍ରକଳ୍ପ ରାଜ୍ୟର ଭିତ୍ତିଭୂମି ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ତେବେ କଣ ରହିଛି ନିର୍ବାଚନୀ ଛାପ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

UnionBudget 2021-22  presents
UnionBudget 2021-22 presents

ନୂଆଦିଲ୍ଲୀ: କୋଭିଡ ସଂକଟ ଭିତରେ ସଂସଦରେ ଉପସ୍ଥାପନା ହୋଇଛି ସାଧାରଣ ବଜେଟ । ଆର୍ଥିକ ବର୍ଷ 2021-22 ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କୃଷି, ସ୍ବାସ୍ଥ୍ୟକୁ ସରକାର ବେଶ ଗୁରୁତ୍ବ ଦେଇଥିବା ବେଳେ ନିର୍ବାଚନ ଛାପ ମଧ୍ୟ ଛାଡି ନାହାଁନ୍ତି ।

ଚଳିତ ବର୍ଷ ହେବାକୁ 4 ଟି ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିର ରଖି ସରକାର ସଂପୃକ୍ତ ରାଜ୍ୟ ଗୁଡିକରେ ପ୍ରକଳ୍ପର ବର୍ଷା କରିଛନ୍ତି । ଏଥିପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଚଳିତ ବର୍ଷ 35 ଶହ କିମି ନୂଆ ଜାତୀୟ ରାଜପଥ ନିର୍ମାଣ ହେବ । ତାମିଲନାଡୁ ରୁ କେରଳ ଓ ଆସାମରୁ ପଶ୍ଟିମବଙ୍ଗ ମଧ୍ୟରେ ଏହି ରାଜମାର୍ଗ ନିର୍ମାଣ ହେବ । ଏହି ରାଜ୍ୟ ଗୁଡିକ ପାଇଁ ଟେକ୍ସଟାଇଲ ପାର୍କରୁ ଆରମ୍ଭ କରି, ଅର୍ଥନୈତିକ କରିଡର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ତାମିଲନାଡୁ ଓ ପଶ୍ଚିମବଙ୍ଗ ଉଭୟ ରାଜ୍ୟରେ ସରକାର ନିର୍ବାଚନ ଛାପ ଛାଡିବାକୁ ପ୍ରୟାସ କରିଛନ୍ତି ।

ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ତାମିଲନାଡୁରେ ଜାତୀୟ ରାଜପଥ ପ୍ରକଳ୍ପରେ 10.3 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ଅର୍ଥନୈତିକ କରିଡର ନିର୍ମାଣ ହେବ । ସେହିପରି କେରଳରେ 11 ଶହ କିମିର ଲମ୍ବା ଜାତୀୟ ରାଜପଥ ନିର୍ମାଣ ହେବ । ଖର୍ଚ୍ଚ ହେବ 65 ହଜାର କୋଟି ଟଙ୍କା । ଏହାବାଦ ମୁମ୍ବାଇ-କନ୍ୟାକୁମାରୀ ଅର୍ଥନୈତିକ କରିଡର ନିର୍ମାଣ ହେବ । ଏହି ପ୍ରକଳ୍ପ ରାଜ୍ୟର ଭିତ୍ତିଭୂମି ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି ।

ବଜେଟରୁ ବେଙ୍ଗଲ ସ୍ବାଗତ

ଅର୍ଥମନ୍ତ୍ରୀ ଆଜି ପଶ୍ଚିମବଙ୍ଗ ପାଇଁ ମଧ୍ୟ ଶୁଭଦୃଷ୍ଟି ଦେଇଛନ୍ତି । ଯଦିଓ ରାଜ୍ୟରେ କିଛି ମାସ ପରେ ବିଧାନସଭା ନିର୍ବାଚନ ଅଛି ସେଥିପାଇଁ ବେଙ୍ଗଲକୁ ବଜେଟରେ ଗୁରୁତ୍ବ ଦିଆଯାଇଛି । ରାଜ୍ୟପାଇଁ କୋଲକାତା- ସିଲିଗୁଡି ଜାତୀୟ ରାଜପଥ ପ୍ରକଳ୍ପ ଘୋଷଣା ହୋଇଛି । ଏଥିପାଇଁ ଖର୍ଚ୍ଚ ହେବ 25 ହଜାର କୋଟି । ନିର୍ମାଣ ହେବ 1 ହଜାର କିମି ଜାତୀୟ ରାଜପଥ । ଯେଉଁଥିରେ ଏହି ପ୍ରକଳ୍ପର ମରାମତି ବ୍ୟୟ ମଧ୍ୟ ସାମିଲ ଅଛି । ଖାଲି ଏତିକି ନୁହେଁ ଜାତୀୟ ରେଳ ଯୋଜନା 2030 ଅଧିନରେ କେରଳ ଓ ତାମିଲନାଡୁ ପାଇଁ କେନ୍ଦ୍ର ସରକାର ମେଟ୍ରୋ ପ୍ରକଳ୍ପର ବିସ୍ତାର ଘୋଷଣା କରିଛନ୍ତି । ଯେଉଁଥିରେ କୋଚି ଓ ଚେନ୍ନାଇ ମେଟ୍ରୋର ବିସ୍ତାର ପ୍ରସ୍ତାବ ରହିଛି । ସେହିପରି ଦେଶର ପ୍ରମୁଖ 5 ଟି ମାଛଧରା ହବ ବିକଶିତ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେଥିରେ ତାମିଲନାଡୁକୁ ମଧ୍ୟ ପ୍ରଧାନ୍ୟ ଦିଆଯାଇଛି ।

ତାମିଲନାଡୁକୁ ଟେକ୍ସଟାଇଲ ଉପହାର

ବଜେଟରେ ଅର୍ଥମନ୍ତ୍ରୀ ଯେଉଁ 7 ଟି ଟେକ୍ସଟାଇଲ ପାର୍କ ନିର୍ମାଣର ଘୋଷଣା କରିଛନ୍ତି ସେଥିରେ ମଧ୍ୟ ତାମିଲନାଡୁକୁ ବିଶେଷ ଦୃଷ୍ଟି ଦେଇଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ 7 ଟି ଟେକ୍ସଟାଇଲ ପାଇଁ 5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । 3 ବର୍ଷରେ ସମସ୍ତ ପ୍ରକଳ୍ପ ନିର୍ମାଣ ହେବ । ଫଳରେ ଏହି କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାସହ ରପ୍ତାନୀ କରିବ ମଧ୍ୟ । ଏହି ପ୍ରକଳ୍ପରେ ଗୁଜୁରାଟ ମହାରାଷ୍ଟ୍ର ପରେ ଯଦି କୌଣସି ରାଜ୍ୟ ଲାଭାନ୍ବିତ ହେଉଛି ସେ ହେଉଛି ତାମିଲନାଡୁ । କାରଣ ଚଳିତ ମାସରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତରେ ଯାଇ ଟେକ୍ସଟାଇଲ ଓ ଗାର୍ମେଣ୍ଟ କ୍ଷେତ୍ରରେ ଥିବା ଲୋକଙ୍କୁ ସାକ୍ଷାତ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଆଜି ବଜେଟରେ ଏହି କ୍ଷେତ୍ରକୁ ସରକାର ଦୃଷ୍ଟି ଦେବା ଅର୍ଥ ଏହା ନିଶ୍ଚିତ ଭାବେ ଆଗାମୀ ନିର୍ବାଚନରେ ବଡ ମୁଦ୍ଦା ହେବାକୁ ଯାଉଛି ।

କେଉଁ ରାଜ୍ୟରେ ହେବ ନିର୍ବାଚନ ?

ଚଳିତ ବର୍ଷ ଅର୍ଥାତ ଆସନ୍ତା ଅପ୍ରେଲରୁ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ । ଯଦିଓ ଏହି ବଜେଟ ସହ ନିର୍ବାଚନର ସିଧା ସଳଖ କୌଣସି ସାମଞ୍ଜସ୍ୟ ନାହିଁ । ତଥାପି ବିଜେପି ଓ କେନ୍ଦ୍ର ସରକାର ନିଜର ଭବିଷ୍ୟତ ରାଜନୀତିକୁ ଦୃଷ୍ଟିରେ ରଖି ଏହି ବଜେଟରେ ବ୍ୟବସ୍ଥା କରିଛନ୍ତି । ତଳିତବର୍ଷ ନିର୍ବାଚନ ହେବାକୁ ଥିବା 5 ଟି ରାଜ୍ୟ କେବଳ ଆସାମରେ ବିଜେପି ସରକାର ଥିବା ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ତାମିଲନାଡୁରେ AIADMK, କେରଳରେ ଲେଫ୍ଟ ଡେମୋକ୍ରେଟିକ ଫ୍ରଣ୍ଟ ସହ ବାମଦଳ ସରକାର କରିଥିବାବେଳେ ପୁଡୁଚେରୀରେ କେବଳ କଂଗ୍ରେସ ଶାସନ କରୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହଯୋଗୀ ତଥା ସେତେବେଳେ ପିଏମଓ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ଏନ ନାରାୟଣ ସ୍ବାମୀ ମୁଖ୍ୟମନ୍ତ୍ରୀ ଅଛନ୍ତି ।

ତେବେ ଚଳିତ ବର୍ଷ ହେବାକୁ ଥିବା 5 ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି କେବଳ 2 ଟି ରାଜ୍ୟ ଆସାମ ଓ ପଶ୍ଚିମବଙ୍ଗକୁ ନେଇ ଯୋରଦାର ବଳ କଷୁଥିବା ବେଳେ ଅନ୍ଯ 3 ଟି ରାଜ୍ୟରେ ନିଜେ ସାନଭାଇ ଭୂମିକା ନିର୍ବାହ କରିବ । ଆସାମରେ ବିଜେପି ଏକାକି ଶାସନ କରୁଥିବା ବେଳେ ଆସନ ଗଣ ପରିଷଦ ଓ ଅନ୍ୟ ଛୋଟ ଦଳକୁ ନିଜର ମେଣ୍ଟରେ ସାମିଲ କରିଛି । ସେହିପରି ପଶ୍ଚିମବଙ୍ଗକୁ ଦଖଲ କରିବା ପାଇଁ ବିଜେପି ସବୁ ଶକ୍ତି ଲଗାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.