ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଅନୁଚ୍ଛେଦ 370 ଉଚ୍ଛେଦ ପରେ କେନ୍ଦ୍ର ସରକାର ବର୍ତ୍ତମାନ ସେଠାରେ ଏହାର ସକରାତ୍ମକ ବାର୍ତ୍ତା ପହଞ୍ଚାଇବାର ଦାୟିତ୍ବ ନେଇଛନ୍ତି । ଏଥିଯୋଗୁଁ କେନ୍ଦ୍ର ସରକାରଙ୍କ 36 ମନ୍ତ୍ରୀ ଜମ୍ମୁ ଓ କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । 36 ମନ୍ତ୍ରୀଙ୍କ ଏହି ଗସ୍ତ 18 ଜାନୁଆରୀରୁ 25 ଜାନୁଆରୀ ପାର୍ଯ୍ୟନ୍ତ ହେବ । ତେବେ ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲିଷ୍ଟ୍ରେ ରହିଛି କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ବାଲେଶ୍ବର ଜିଲ୍ଲା ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନାଁ ।
ଅନୁଚ୍ଛେଦ 370 ଉଚ୍ଛେଦର ସକରାତ୍ମକ ବାର୍ତ୍ତା ସହ ଅଞ୍ଚଳର ବିକାଶ ନେଇ ମଧ୍ୟ ଲୋକଙ୍କୁ ସଚେତନ କରିବେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ସମୂହ । ଜାନୁଆରୀ 17ରେ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ଏହାର ଅନ୍ତିମ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଜାନୁଆରୀ 19ରେ ଜମ୍ମୁ କାଶ୍ମୀର ଗସ୍ତରେ ଯିବାର ସମ୍ଭାବନା ରହିଛି ।