ନୂଆଦିଲ୍ଲୀ: ସୁରଟ ଛାତ୍ରଛାତ୍ରୀଙ୍କୁ ଉଦାହରଣ ଭାବେ ନେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେମାନଙ୍କ ଠାରୁ କିଛି ଶିଖିବା ପାଇଁ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଦେଲେ ଆହ୍ବାନ। ସୁରଟର ଛାତ୍ରଛାତ୍ରୀ ନିଜ ପ୍ରଚେଷ୍ଟାରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏପରିକି ଯୁବ ଦିବସ ଉପଲକ୍ଷେ ସମୁଦ୍ର କୂଳ ସଫା କରୁଥିବା ମଧ୍ୟ ନଜର ଆସିଛନ୍ତି ସୁରଟ ଛାତ୍ରଛାତ୍ରୀ। ଯାହାକୁ ଲକ୍ଷ୍ୟ କରି କେନ୍ଦ୍ରମନ୍ତ୍ରୀ ଜେଏନୟୁରେ ହିଂସା ସୃଷ୍ଟି କରୁଥିବା ଛାତ୍ରଛାତ୍ରୀଙ୍କୁ ସଚେତନ କରିଛନ୍ତି।
ଗତିକିଛି ଦିନ ଧରି ଅଶାନ୍ତ ରହିଛି ଜେଏନୟୁ। ଭଙ୍ଗାରୁଜା, ମାରପିଟ ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅନ୍ୟପଟେ ଜାତୀୟ ଯୁବ ଦିବସ ଉପଲକ୍ଷେ ସୁରଟ ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟକରୁଛନ୍ତି। ଅନ୍ୟପଟେ ସ୍ମୃତି ଇରାନୀ ସୁରଟର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଯେଉଁଠି ସେ ସେଠାକାର ଛାତ୍ରଛାତ୍ରୀଙ୍କ ଠାରୁ ଅନ୍ୟମାନଙ୍କୁ ଶିଖିବାକୁ କହିବା ସହ ସିଏଏ ସମର୍ଥନରେ ନିଜର ପ୍ରତିକ୍ରିୟା ରଖିଥିଲେ। ସିଏଏ ଦେଶରେ କୌଣସି ପ୍ରଭାବ ପକାଇବା ନାହିଁ। ଏହା କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଧର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣାର୍ଥୀ ଭାବେ ଆଶ୍ରୟ ନେଉଛନ୍ତି। ଏହାସହ ସେ କହିଛନ୍ତି, ‘କଂଗ୍ରେସ ଓ ଅନ୍ୟ ବିରୋଧ ଦଳ ସିଏଏ ପ୍ରସଙ୍ଗରେ ଦେଶବାସୀଙ୍କୁ ଭ୍ରମିତ କରୁଛି।’