ETV Bharat / bharat

ପଶ୍ଚିମବଙ୍ଗରେ ବିଜେପିର ସାଧାରଣ ସଭାକୁ ସମ୍ବୋଧିତ କରିବେ ସ୍ମୃତି ଇରାନୀ - ବିଜେପିର ସାଧାରଣ ସଭାକୁ ସମ୍ବୋଧିତ କରିବେ ସ୍ମୃତି ଇରାନୀ

ଆଜି ହାୱାର ଜିଲ୍ଲାର ଡୁମୁରଜାଲରେ ବିଜେପିର ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଏହାପୂର୍ବରୁ ଅମିତ ଶାହା ଏହି ରାଲିର ସମ୍ବୋଧନ ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ବିଜେପିର ସାଧାରଣ ସଭାକୁ ସମ୍ବୋଧିତ କରିବେ ସ୍ମୃତି ଇରାନୀ

author img

By

Published : Jan 30, 2021, 1:34 PM IST

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଆଜି ସେ ହାୱାର ଜିଲ୍ଲାର ଡୁମୁରଜାଲରେ ବିଜେପିର ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପୂର୍ବରୁ ଅମିତ ଶାହା ଏହି ରାଲିର ସମ୍ବୋଧନ ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଗତକାଲି ରାତିରେ ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ହେତୁ ଅମିତ ଶାହାଙ୍କୁ ତାଙ୍କର ନିର୍ଦ୍ଧାରିତ ଗସ୍ତ ବାତିଲ କରିବାକୁ ପଡିଛି ।

ବିଜେପି ସୂତ୍ରରୁ ପ୍ରକାଶ ଯେ, ଜେପି ନଡ୍ଡା ଏବଂ ରାଜନାଥ ସିଂ ଏହି ସମାବେଶକୁ ସମ୍ବୋଧିତ କରିବେ। କିନ୍ତୁ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଜେପ୍ପି ନଡ୍ଡା ଏବଂ ରାଜନାଥଙ୍କ ବଦଳରେ ଏହି ରାଲିରେ ସମ୍ବୋଧିତ କରିବେ।

ମମତା ବାନାର୍ଜୀଙ୍କ ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ଗତ ଦିନ ଟିଏମସିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଅମିତ ଶାହାଙ୍କ ସେହି ରାଲିରୁ ରାଜୀବ ବାନାର୍ଜୀ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା । ବର୍ତ୍ତମାନ ସୂତ୍ର ଅନୁଯାୟୀ ରାଜୀବ ବାନାର୍ଜୀ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.