ETV Bharat / bharat

ମୋଦି ସରକାରଙ୍କ 100 ଦିନର ରିପୋର୍ଟ କାର୍ଡ ଦେଲେ କେନ୍ଦ୍ରମନ୍ତ୍ରୀ

author img

By

Published : Sep 8, 2019, 5:01 PM IST

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର 100 ଦିନ ପୁରିଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ମୋଦି  ସରକାରଙ୍କ ଦ୍ବରା ନିଆଯାଇଥିବା ଐତିହାସିକ ନିଷ୍ପତି ଗୁଡିକୁ ବଖାଣିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ରବିବାର ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର 100 ଦିନ ପୁରିଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ମୋଦି ସରକାରଙ୍କ ଦ୍ବରା ନିଆଯାଇଥିବା ଐତିହାସିକ ନିଷ୍ପତି ଗୁଡିକୁ ବଖାଣିଛନ୍ତି । ସରକାରଙ୍କ 100 ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଏହି 100 ଦିନରେ ମୋଦି ସରକାର ଯେତିକି ନିଷ୍ପତ୍ତି ନେଇଛନ୍ତି, ତାହା ପୂର୍ବରୁ କେଉଁ ସରକାର ନେଇନଥିଲେ ବୋଲି କହିଛନ୍ତି ଜାଭେଦକର ।

ଏହି ଅବସରରେ ରବିବାର ସାମ୍ବାଦିକ ସମ୍ମିଳନୀ କରି ଜାଭେଦକର କହିଛନ୍ତି, ମୋଦି ସରକାର ଦ୍ବାରା ନିଆଯାଇଥିବା ସବୁଠୁ ବଡ ନିଷ୍ପତ୍ତି ହେଉଛି ଧାରା 370, 35 ଏ, ଜମ୍ମୁ-କାଶ୍ମୀର କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଥିଲା । ଏଥି ମଧ୍ୟରେ 35 ଦିନ ବିତି ଯାଇଛି । କିଛି ସାଧାରଣ ଘଟଣାକୁ ଛାଡି ଦେଲେ ଏହି 35 ଦିନ ମଧ୍ୟରେ କୌଣସି ବଡ ଘଟଣା ଘଟିନାହିଁ । ଘାଟିର ସ୍ଥିତି ମଧ୍ୟ ସାମାନ୍ୟ ରହିଛି ବୋଲି ସେ କହିଛନ୍ତି ।

ପାକିସ୍ତାନ ଭାରତର ନିଷ୍ପତ୍ତି ବିରୋଧରେ ଜାତିସଙ୍ଘ ସୁରକ୍ଷା ପରିଷଦ ସମେତ ଅନେକ ଦେଶର ଶରଣ ପଶିଥିଲା । କିନ୍ତୁ ସବୁଠି ତାକୁ ନିରାଶ ହେବାକୁ ପଡିଥିଲା । ଯାହା ପାକିସ୍ତାନ ପାଇଁ ଏକ ଉଚିତ୍‌ ଶିକ୍ଷା ସ୍ବରୂପ ବୋଲି ସେ କହିଛନ୍ତି । ଏହା ସହିତ ମୋଦି ସରକାର ନିଜର ଦ୍ବିତୀୟ କାର୍ଯ୍ୟକାଳର 100 ଦିନ ମଧ୍ୟରେ ମୁସଲମାନ ମହିଳାଙ୍କୁ ତିନି ତଲାକ ଅଭିଶାପରୁ ମୁକ୍ତି କରିବା ସହ ୟୁଏପିଏ ଆଇନକୁ ମଜବୁତ କରି ଦେଶର ସୁରକ୍ଷା ସୁନିଶ୍ଚିତ କରିଛନ୍ତି ବୋଲି ଜାଭେଦକର କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.